ଦୁର୍ବ୍ୟବହାରର ପ୍ରତିବାଦ କରିବାରୁ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ

ବୈଶିଙ୍ଗା,୧୪।୧୦(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଛୁରୁଣୀ ଗ୍ରାମରେ ଝୁନି ଦେହୁରୀ (୨୫) ନାମକ ଜଣେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଏହି ଗ୍ରାମର ସନିଆ ନାମକ ଜଣେ ବ୍ୟକ୍ତି ଶ୍ରୀକାନ୍ତ ଦେହୁରୀଙ୍କ ସ୍ତ୍ରୀ ଝୁନିଙ୍କୁ ଏକୁଟିଆ ପାଇ ଗ୍ରାମ ରାସ୍ତାରେ ଦୁର୍ବ୍ୟବହାର କରିଥିଲେ। ଝୁନି ଏହାର ପ୍ରତିବାଦ କରି ସନିିଆଙ୍କୁ ଗାଳିଗୁଲଜ କରୁଥିଲେ। ଏହି ସମୟରେ ସନିଆଙ୍କ ସମ୍ପର୍କୀୟ ହରିଶ, ସୁକାନ୍ତି, ମମତା ବାଡ଼ି ଧରି ଦଉଡ଼ି ଆସି ଝୁନିଙ୍କୁ ଆକ୍ରମଣ କରିଥିଲେ। ଫଳରେ ଝୁନି ଆହତ ହୋଇଥିଲେ।
ବୈଶିଙ୍ଗା ପୋଲିସ ଝୁନିଙ୍କୁ ନେଇ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ କେସ୍‌ ନମ୍ବର ୨୦୯/୧୯ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମାତ୍ର ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ।