Categories: ଗଞ୍ଜାମ

ଦୁର୍ଲଭ ବ୍ରହ୍ମକମଳ ଦେଖିବାକୁ ପଣସପଡ଼ିରେ ଭିଡ଼

ବାଲିଗୁଡ଼ା,୨୯।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନ୍‌ର ପଣସପଡ଼ି ସାହି ଅଞ୍ଚଳରେ ଦେଖିବାକୁ ମିଳିଛି ବ୍ରହ୍ମକମଳ ଫୁଲ। ପଣସପଡ଼ି ସାହି ନିବାସୀ ନୀଳମାଧବ ପଣ୍ଡାଙ୍କ ବାସଭବନରେ ଦୀର୍ଘ ଦୁଇବର୍ଷ ପରେ ଏହି ବ୍ରହ୍ମକମଳ ଫୁଟିଥିବା ଯୋଗୁ ଆଖପାଖ ଗ୍ରାମର ଲୋକେ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି। ଏଥିପାଇଁ ନୀଳମାଧବ ନିଜକୁ ଭାଗ୍ୟବାନ ମନେକରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଉକ୍ତ ଫୁଲକୁ ନିକଟସ୍ଥ ଦକ୍ଷିଣ କାଳୀ ଓ ବିରୂପାକ୍ଷ ମହାଦେବଙ୍କଠାରେ ଲାଗି କରାଯାଇଛି। ବ୍ରହ୍ମକମଳ ସୃଷ୍ଟିର ସ୍ରଷ୍ଟା ସ୍ବୟଂ ବ୍ରହ୍ମାଙ୍କ ରୂପ ବୋଲି ଲୋକେ ମାନିଥାଆନ୍ତି। ଯେଉଁ ବ୍ୟକ୍ତି ଏହି ଫୁଲକୁ ଦର୍ଶନ କରିଥା’ନ୍ତି ତାଙ୍କର ସବୁ ଅଭିଳାଷ ପୂର୍ଣ୍ଣ ହୋଇଥାଏ ବୋଲି ପୌରାଣିକ ଆଖ୍ୟାନ ରହିଛି।