Posted inଖେଳ

ଦୁଲୀପ୍‌ ଟ୍ରଫି: ନାୟାରଙ୍କ ୧୬୬* ଇଣ୍ଡିଆ ବ୍ଲୁ-ଇଣ୍ଡିଆ ରେଡ୍‌ ମ୍ୟାଚ୍‌ ଡ୍ର’

ବେଙ୍ଗାଲୁରୁ, ୨୬।୮ (ପି.ଟି.)- କରୁନ ନାୟାରଙ୍କ ଦମ୍‌ଦାର ଅପରାଜିତ ଶତକ ସତ୍ତ୍ୱେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ଏଠାରେ ଅନୁଷ୍ଠିତ ଦୁଲୀପ୍‌ ଟ୍ରଫି ମ୍ୟାଚ୍‌ ଶେଷରେ ବିନା ହାର୍‌ଜିତ୍‌ରେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ ରେଡ୍‌ ଦଳ ମ୍ୟାଚ୍‌ରୁ ୩ ପଏଣ୍ଟ ଅର୍ଜନ କରି ଫାଇନାଲ ଖେଳିବା ପାଇଁ ଦୃଢ଼ ଦାବିଦାର ହୋଇଛି। ଅପରପକ୍ଷରେ ଶୁବମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲୁ ଦୁଇ ମ୍ୟାଚ୍‌ ଖେଳି ୨ ଡ୍ର’ ସହ ୨ ପଏଣ୍ଟରେ ସନ୍ତୁଷ୍ଟ ରହିଛି। ଫଳରେ ଦଳର ଫାଇନାଲ ଖେଳିବା ଆଶା କ୍ଷୀଣ ହୋଇଯାଇଛି। ଇଣ୍ଡିଆ ରେଡ୍‌ ଏହାର ଅନ୍ତିମ ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନକୁ ଅଗଷ୍ଟ ୨୯ରେ ଭେଟିବ।
ସ୍ଥାନୀୟ କର୍ନାଟକ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏଶନ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ସୋମବାର ଥିଲା ଅନ୍ତିମ ତଥା ୪ର୍ଥ ଦିବସ। ପୂର୍ବଦିନର ଅସମାପ୍ତ ୨ୟ ଇନିଂସ ସ୍କୋର ୯୩/୨ ରନରୁ ସୋମବାର ଖେଳ ଆରମ୍ଭ କରିଥିବା ଇଣ୍ଡିଆ ରେଡ୍‌ ପାଇଁ ନାୟାର ଦର୍ଶନୀୟ ବ୍ୟାଟିଂ କରିଥିଲେ। ପ୍ରଥମ ଇନିଂସରେ ମାତ୍ର ୧ ରନ୍‌ ପାଇଁ ଅଳ୍ପକେ ଶତକ ହାସଲରୁ ବଞ୍ଚତ୍ତ ହୋଇଥିବା ଏହି କର୍ନାଟକ ଡାହାଣହାତୀ ବ୍ୟାଟ୍ସମ୍ୟାନ ଏଥର କିନ୍ତୁ କୌଣସି ତ୍ରୁଟି ନ କରି ଅପରାଜିତ ୧୬୬ ରନର ଏକ ମାରାଥନ ଶତକୀୟ ଇନିଂସ ଖେଳିଥିଲେ। ଏହି ଇନିଂସ ମଧ୍ୟରେ ସେ ୧୯ ଚୌକା ଓ ଗୋଟିଏ ଛକା ମାରିଥିଲେ। ପ୍ରଥମ ଇନିଂସର ଶତକ ହାସଲକାରୀ ଅଙ୍କିତ କଲସି (୬୪ ରନ) ଓ ନାୟାର ୩ୟ ଉଇକେଟ୍‌ ଯୋଡ଼ିରେ ୧୫୭ ରନର ଭାଗୀଦାରି କରିଥିଲେ। ଇଣ୍ଡିଆ ରେଡ୍‌ ୮୮ ଓଭରରେ ୬ ଉଇକେଟ୍‌ ହରାଇ ୨୯୭ ରନ କରିଥିବାବେଳେ ଏହାର ୨ୟ ଇନିଂସ ଘୋଷଣା କରିବା ସହ ୩୨୮ ରନର ଟାର୍ଗେଟ୍‌ ଧାର୍ଯ୍ୟ କରିଥିଲା। ଏହାପରେ ମ୍ୟାଚ୍‌ରେ ଫଳାଫଳ ଆଶା କ୍ଷୀଣହେବାରୁ ଉଭୟ ଦଳର ଅଧିନାୟକଙ୍କ ସହମତି ଭିତ୍ତିରେ ଅମ୍ପାୟର ଡ୍ର’ ଘୋଷଣା କରିଥିଲେ। ମ୍ୟାଚ୍‌ର ଉଭୟ ଇନିଂସରେ ଯଥାକ୍ରମେ ୯୯ ଓ ୧୬୬* ରନ୍‌ କରିଥିବା କରୁନ ନାୟାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ଅଙ୍କିତ କଲାସି (୧୦୬) ଓ ନାୟାର (୯୯)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଇଣ୍ଡିଆ ରେଡ୍‌ ଏହାର ପ୍ରଥମ ଇନିଂସରେ ୨୮୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ଇଣ୍ଡିଆ ବ୍ଲୁ ଅଙ୍କିତ ବାଓ୍ବନେ (୧୨୧*)ଙ୍କ ଶତକ ସତ୍ତ୍ୱେ ୨୫୫ ରନରେ ସୀମିତ ରହି ୩୦ ରନରେ ପଛୁଆ ରହିଥିଲା।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ- ୨୮୫/୧୦ (ଅଙ୍କିତ ୧୦୬, ନାୟାର ୯୯, ଦିଓ୍ବେଶ ପଠାଣିଆ ୪/୫୫)।
ଇଣ୍ଡିଆ ବ୍ଲୁ ପ୍ରଥମ ଇନିଂସ- ୨୫୫/୧୦ (ବାଓ୍ବନେ ୧୨୧*, ଅଭେଶ ଖାଁ ୪/୫୮)।
ଇଣ୍ଡିଆ ରେଡ୍‌ ୨ୟ ଇନିଂସ- ୨୯୭/୬ରେ ଘୋଷଣା (ନାୟାର ୧୬୬*, ଅଙ୍କିତ ୬୪, ଇଶାନ କିଶାନ ୧୨, ଅକ୍ଷର ପଟେଲ ୯, ଜଲଜ ସସ୍କେନା ୪/୧୦୫)।


Enter your email to get our daily news in your inbox.

All Right Reserved By Dharitri.Com

ଖାଁ ଖାଁ ଡାଲ୍ ହ୍ରଦ, ପଳାୟନ କରୁଛନ୍ତି ପର୍ଯ୍ୟଟକ: ଆତଙ୍କବାଦୀ ଆକ୍ରମଣକୁ ଏକ ସ୍ୱରରେ ବିରୋଧ କରୁଛି କାଶ୍ମୀର

ନୂଆଦିଲ୍ଲୀ,୨୪।୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ କାଶ୍ମୀରୀଙ୍କ ମୃତ୍ୟୁ ଘଟିବାର ୪୮ ଘଣ୍ଟାରୁ କମ ସମୟ ମଧ୍ୟରେ ଉପତ୍ୟକାର ଦୃଶ୍ୟ...

ସିନ୍ଧୁ ଜଳ ଉପରେ ରୋକ୍‌ ଲଗାଇବା ପରେ ଥରହର ପାକିସ୍ତାନ, କହିଲା ଟୋପେ ପାଣି ପାଇଁ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆକ୍ରମଣ ପରେ, ଇସଲାମାବାଦରୁ ଦିଲ୍ଲୀ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଆଲୋଚନା ହେଉଥିଲା। କିନ୍ତୁ ଭାରତ ସିନ୍ଧୁ ଜଳ ଚୁକ୍ତିନାମା...

ପହଲଗାମ୍‌ ଆକ୍ରମଣ ପରେ ଭାରତ-ପାକିସ୍ତାନ କ୍ରିକେଟକୁ ନେଇ BCCI ଉପାଧ୍ୟକ୍ଷଙ୍କ ବଡ଼ ବୟାନ 

ନୂଆଦିଲ୍ଲୀ,୨୪।୪: କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଭାରତୀୟଙ୍କ ଜୀବନ ଯିବା ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି। ଏହି...

ଜାତୀୟ ପଞ୍ଚାୟତିରାଜ ଦିବସ: ସମ୍ବର୍ଦ୍ଧିତ ହେଲେ ଏହି ୫ ପଞ୍ଚାୟତ

ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଗୁରୁବାର ପାଟଣା ବ୍ଲକ ପରିସରରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟଙ୍କ...

ପହଲଗାମ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ପହଲଗାମଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଦିନ୍ଦା କରାଯାଇଛି। ଏଥିସହିତ ଗୁରୁବାର...

ପରକୀୟା ପ୍ରୀତି ସନ୍ଦେହ, ପଥରରେ ଛେଚି ଛେଚି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ୱାମୀ

ପାଲଘର,୨୪।୪: ମହାରାଷ୍ଟ୍ରର ପାଲଘର ଜିଲାରେ ଜଣେ ୫୫ ବର୍ଷୀୟ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଅନୈତିକ ସମ୍ପର୍କର ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି।...

Pakistan Google Trends: ପାକିସ୍ତାନ ଛାନିଆ, ଆତଙ୍କୀ ଆଟାକ୍‌ ପରେ ଗୁଗଲରେ ଏସବୁ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ

ନୂଆଦିଲ୍ଲୀ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଭାରତକୁ ଦୋହଲାଇ ଦେଇନଥିଲା, ଏହାର ପ୍ରଭାବ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦେଖାଯାଉଛି। ଆକ୍ରମଣ ସମ୍ପର୍କରେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଏତିକି ବଢ଼ିପାରେ ଆପଣଙ୍କ ଦରମା

ନୂଆଦିଲ୍ଲୀ,୨୪।୪: ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ସେମାନଙ୍କ ଦରମାରେ ଏକ ବଡ଼ ବୃଦ୍ଧି ଘଟିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image