Categories: ଜାତୀୟ

ଦୁଷ୍ୟନ୍ତଙ୍କ ହାତରେ ଚାବିକାଠି

ଚଣ୍ଡିଗଡ଼,୨୫-୧୦(ପି.ଟି.):ହରିୟାଣା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନ ଥିଲାବେଳେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀଲାଲ୍‌ଙ୍କ ଅଣନାତି ଦୁଷ୍ୟନ୍ତ ଚୌତାଲା ସରକାର ଗଠନରେ କିଙ୍ଗ୍‌ମେକର ଭୂମିକା ନେଇପାରନ୍ତି ବୋଲି ଆଲୋଚନା ହେଉଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୪୬ ଛୁଇଁବାରେ ବିଫଳ ହୋଇଥିବା ଶାସକ ଦଳ ଭାଜପା ଏବଂ ବିରୋଧୀ ଦଳ କଂଗ୍ରେସ ଏକାକୀ ସରକାର ଗଢ଼ିପାରିବେ ନାହିଁ। ଅନ୍ୟପକ୍ଷରେ ୧୧ ମାସ ପୂର୍ବେ ଦୁଷ୍ୟନ୍ତ ଗଢ଼ିଥିବା ଜନନାୟକ ଜନତା ପାର୍ଟି (ଜେଜେପି) ୧୦ଟି ଆସନରେ ଜିତିଥିବାରୁ ସରକାର ଗଠନରେ ଏହି ଦଳର ପ୍ରମୁଖ ଭୂମିକା ରହିବ। ଝୁଲା ବିଧାନସଭାରେ ଦୁଇ ପ୍ରମୁଖ ଦଳ ମଧ୍ୟରୁ କାହାକୁ ଜେଜେପି ସମର୍ଥନ କରିବ ସେ ନେଇ ଦୁଷ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି। ସରକାର ଯିଏ ଗଠନ କରନ୍ତୁ ନା କାହିଁକି କ୍ଷମତାର ଚାବି ଆମ ପାଖରେ ଅଛି ବୋଲି ଦୁଷ୍ୟନ୍ତ କହିଛନ୍ତି। ଶୁକ୍ରବାର ବିଧାୟକ ଦଳ ନେତା ନିର୍ବାଚନ ପରେ ସମର୍ଥନ ନେଇ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

Share