ଦୂତାବାସ ଅଧିକାରୀଙ୍କୁ ଇରାନର ସମନ

ତେହେରାନ,୨ା୧(ପି.ଟି.): ପଡୋଶୀ ଇରାକରେ ଆମେରିକା ଯୁଦ୍ଧ ଉତ୍ତେଜନା ସୃଷ୍ଟି କରୁଥିବାରୁ ଇରାନରେ ଏହାର ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିବା ସ୍ବିସ୍‌ ଦୂତାବାସର ଅଧିକାରୀଙ୍କୁ ତେହେରାନ ସମନ କରିଛି। ଇରାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ଆମେରିକା ଧମକ ଉପରେ ତୀବ୍ର ପ୍ରତିକ୍ରିୟା ଦୂତାବାସ ଅଧିକାରୀଙ୍କୁ ଜଣାଇ ଦେଇଛି। ସୂଚନାଯୋଗ୍ୟ ଶୁକ୍ରବାର ଇରାକରେ ଏକ ରକେଟ ଆକ୍ରମଣରେ ଜଣେ ଆମେରିକୀୟ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ଏଥିପାଇଁ ଆମେରିକା ଅଧିକାରୀମାନେ ସିଧାସଳଖ ଇରାନକୁ ଦାୟୀ କରିଛନ୍ତି। ବାଗଦାଦ୍‌ସ୍ଥିତ ଦୂତାବାସ ଆକ୍ରମଣ ପଛରେ ଇରାନ ସମ୍ପୃକ୍ତ ବୋଲି ସେମାନେ କହିଛନ୍ତି।

Share