Categories: ଖେଳ

ଦୂତୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନାପୋଲି(ଇଟାଲି),୧୦।୭(ପିଟି)- ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ପ୍ରଥମ ଭାରତୀୟ ଟ୍ରାକ୍‌ ଓ ଫିଲ୍ଡ ଆଥ୍‌ଲେଟ୍‌ ଭାବେ ଓ୍ବାଲର୍‌ଡ ୟୁନିଭର୍‌ସିଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୧୦୦ ମିଟର ମହିଳା ଦୌଡ଼ ଇଭେଣ୍ଟରେ ଏହି ସଫଳତା ପାଇଛନ୍ତି। ଏହି ଓଡ଼ିଆ ଆଥ୍‌ଲେଟ୍‌ ୧୧.୩୨ ସେକେଣ୍ଡ ଟାଇମିଂ ହାସଲ କରି ପୋଡିୟମର ଶୀର୍ଷରେ ସ୍ଥାନ ଅଧିକାର କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୂତୀଙ୍କୁ ଶୁଭେଚ୍ଛା। ସେ ବିଶ୍ୱ ୟୁନିଭର୍‌ସିଟି ଗେମ୍ସର ୧୦୦ ମି.ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ଦେଶ ପାଇଁ ଗର୍ବର ବିଷୟ। ଆଗକୁ ଆହୁରି ଉନ୍ନତ ପ୍ରଦର୍ଶନ କରି ଅଲିମ୍ପିକ୍ସ ସଫଳତାକୁ ଲକ୍ଷ୍ୟ ରଖ ବୋଲି ରାଷ୍ଟ୍ରପତି କହିଛନ୍ତି। ଉଲ୍ଲେଖଥାଉ କି, ଦୂତୀ ନିଜ ବିଜୟ ସମ୍ପର୍କରେ ଟୁଇଟର ଜରିଆରେ ସୂଚନା ଦେଇଥିଲେ।

Share