ଭୁବନେଶ୍ୱର, ୨୧।୧୦(କ୍ରୀଡ଼ା ପ୍ରତିନିଧି)- ଭୋଗ୍ ଇଣ୍ଡିଆ ମାଗାଜିନ ପକ୍ଷରୁ ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କୁ ସ୍ପୋର୍ଟ୍ସ ପର୍ଶନ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ବମ୍ବେଠାରେ ଶନିବାର ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପାଇଁ ପୁରସ୍କାର ଲାଭ କରିଥିବା ଅନ୍ୟ ସେଲିବ୍ରେଟିଙ୍କ ସହ ଦୂତୀଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ୍ଭାବେ ପୁରସ୍କୃତ କରାଯାଇଛି। ଏହା ବ୍ୟତୀତ ଭୋଗ୍ ଇଣ୍ଡିଆ ମାଗାଜିନ ନଭେମ୍ବର ସଂସ୍କରଣର ପ୍ରଚ୍ଛଦପଟରେ ଦୂତୀ ସ୍ଥାନ ପାଇବେ। ଦୂତୀ ପୁରସ୍କାର ସହ ନିଜ ଫଟୋ ଥିବା ମାଗାଜିନର ପ୍ରଚ୍ଛଦପଟ ପୃଷ୍ଠାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ନିକଟରେ ରାଞ୍ଚତ୍ରେ ଅନୁଷ୍ଠିତ ଆଥଲେଟିକ୍ ମିଟ୍ରେ ଦୂତୀ ମହିଳା ୧୦୦ ମିଟର ରେସ୍କୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରି ନିଜ ନାମରେ ଥିବା ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।