ଦୂରଯାତ୍ରା ସମୟରେ କରୁଛନ୍ତି କି ଏହି ୪ ଭୁଲ, ପଡ଼ିପାରନ୍ତି ଅସୁବିଧାରେ

ଅନେକ ଲୋକଙ୍କୁ ଦୂର ସ୍ଥାନ ବୁଲିବା ପସନ୍ଦ ହୋଇଥିଲେ ମଧ୍ୟ ଏ ନେଇ ଉପୁଜିଥାଏ ଅନେକ ସମସ୍ୟା, ଯଥା ବାନ୍ତି, ମୁଣ୍ଡବିନ୍ଧା ଇତ୍ୟାଦି। ଏହି କାରଣ ଯୋଗୁ ସେମାନେ ବୁଲିଯିବାକୁ ପସନ୍ଦ କରି ନ ଥାଆନ୍ତି। ତେବେ ଆପଣ ଯଦି ଏହି ସମସ୍ୟା ଦେଇ ଗତି କରୁଛନ୍ତି, ଜାଣନ୍ତୁ ସେ ସମ୍ପର୍କିତ କିଛି ଟିପ୍ସ, ଯାହା ବୁଲିଯିବା ସମୟରେ କରିବ ସାହାଯ୍ୟ।

* ଘରୁ ବାହାରିବା ପୂର୍ବରୁ ମଇଦାଜାତୀୟ ଖାଦ୍ୟ ଖାଇ ଯିବା ଉଚିତ ନୁହେଁ। ଏଥିରେ ପାଚନକ୍ରିୟା ସରଳ ହୋଇ ନଥାଏ। ତେବେ କିଛି ଲୋକ ବ୍ରେକଫାଷ୍ଟରେ ନୁଡୁଲ୍ସ ଖାଇଥା’ନ୍ତି। ଯାତ୍ରା ସମୟରେ ଏହାଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ।

* କିଛି ଲୋକ ଘରୁ ପୁରି କରି ନେଇଥାନ୍ତି ଖାଇବାକୁ। ତେଣୁ ଏହାକୁ ମଧ୍ୟ ବାରଣ କରନ୍ତୁ। କାରଣ ଏହିସବୁ କଠିନ ଖାଦ୍ୟ ବାନ୍ତିର ମୁଖ୍ୟ କାରଣ।

* ବୁଲିଯିବା ସମୟରେ ମିଠାଠାରୁ ଦୂରେଇ ରୁହନ୍ତୁ। କାରଣ ଏହା ସହଜରେ ହଜମ ନ ହୋଇ ଗ୍ୟାସ ଓ ମୁଣ୍ଡବିନ୍ଧାର କାରଣ ହୋଇଥାଏ।

* ବୁଲିଯିବା ପୂର୍ବ ରାତିରୁ କୌଣସି ମାଦକଦ୍ରବ୍ୟ ସେବନ କରିବା ଉଚିତ ନୁହେଁ। କାରଣ ଏହା ମଧ୍ୟ ବେଳେବେଳେ ମୁଖ୍ୟ ସମସ୍ୟା ପାଲଟିଥାଏ।