ଦୂର୍ଗାପୂଜାରେ ହେବନାହିଁ ପ୍ଲାଷ୍ଟିକର ବ୍ୟବହାର

ଶିଲଂ,୩।୧୦: ଚଳିତ ବର୍ଷ ଦୁର୍ଗାପୂଜାରେ ମେଘାଳୟରେ ପ୍ଲାଷ୍ଟିକର ବ୍ୟବହାର କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ମେଘାଳୟ କେନ୍ଦ୍ରୀୟ ପୂଜା କମିଟି ଦ୍ୱାରା ରାଜ୍ୟର ସମସ୍ତ କମିଟି ପାଇଁ ଏହାକୁ ନେଇ ଏକ ଆଡଭାଇଜରି ଜାରି କରାଯାଇଛି। ଅଧିକାରୀଙ୍କର କହିବା କଥା ହେଲା ଆସନ୍ତା ୪-୮ ଅକ୍ଟୋବର ମଧ୍ୟରେ ରାଜ୍ୟରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଦୁର୍ଗାମୂର୍ତ୍ତି ପୂଜା ହେବାର ବ୍ୟବସ୍ଥା କରାଯାଇଛି। ହେଲେ ଏଥିରେ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ସିପିସିର ଅଧ୍ୟକ୍ଷ ନବା ଭଟ୍ଟାଚାର୍ଯ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଆଡଭାଇଜରି ଜାରି କରାଯାଇଛି। କେବଳ ଦୂର୍ଗାପୂଜା ନୁହେଁ ଆସନ୍ତା ଦୀପାବଳୀ ଓ ଚ୍ଛଟ ପୂଜାରେ ମଧ୍ୟ ପ୍‌ଲାଷ୍ଟିକକୁ ବର୍ଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Share