ଦୂର କରନ୍ତୁ କଳାଦାଗ

ଅଧିକାଂଶ ମହିଳାଙ୍କର କହୁଣି ଏବଂ ଆଣ୍ଠୁ ଆଦି ଅଧିକ କଳା ପଡ଼ି ଯାଇଥାଏ। ଏହି ସବୁ ସ୍ଥାନରୁ କଳାଦାଗ କିପରି ଦୂର କରିବେ ଜାଣି ରଖନ୍ତୁ।

ଅଲିଭ୍‌ ଅଏଲ ଓ ଚିନିକୁ ସମାନ ମାତ୍ରାରେ ମିଶାଇ କହୁଣି ଉପରେ କିଛି ସମୟ ପାଇଁ ଘଷନ୍ତୁ। ଏହାପରେ ୫ ମିନିଟ୍‌ ଶୁଖିବା ପାଇଁ ଛାଡ଼ି ଦେଇ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ବାରମ୍ବାର ଏପରି କରିବା ଫଳରେ କଳାଦାଗ ଦୂର ହୋଇଯିବ।
ଦହିରେ ଭିନେଗାର ମିଶାଇ ପେଷ୍ଟ ତିଆରି କରି କଳା ପଡ଼ିଥିବା ସ୍ଥାନରେ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
କଞ୍ଚା କ୍ଷୀରକୁ ତୁଳାରେ ଭିଜାଇ କହୁଣିରେ ଲଗାନ୍ତୁ। ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
ଲେମ୍ବୁକୁ କାଟି କହୁଣି ଏବଂ ଆଣ୍ଠୁ ଉପରେ ଭଲଭାବେ ଘଷନ୍ତୁ। ଏହାପରେ ଶୁଖିବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ। ଶେଷରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କିଛିଦିନ ପରେ କଳା ପଡ଼ିଥିବା ସ୍ଥାନ ସଫା ଦେଖାଯିବ।
ନଡ଼ିଆ ତେଲରେ ଲେମ୍ବୁ ମିଶାଇ କହୁଣିରେ ଘଷନ୍ତୁ ଓ ଶୁଖିଯିବା ପରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କଳାଦାଗ ଦୂର ହୋଇଯିବ।