Categories: ଜାତୀୟ

ଦୃଢ଼ ଇଛା ଶକ୍ତି ଯୋଗୁ ସଫଳ ହେଲେ ଗୁଡ୍ଡି

ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ଗାଜିଆବାଦ୍‌ ପ୍ରତାପ ବିହାରର ଅମୃତା ଆନନ୍ଦମୟୀ କୁଟିରମ୍‌ରେ ବାସ କରୁଥିବା ଗୁଡ୍ଡିଙ୍କ ଇଛା ଶକ୍ତି ଆଗରେ ସାମାଜିକ ବାଧା ହାର୍‌ ମାନିଛି। ୨୦୧୪ରେ ସ୍ବାମୀଙ୍କ ମୃତ୍ୟୁ ପରେ ଗୁଡ୍ଡି ଉପରେ ଝିଅ ଏବଂ ପୁଅର ଲାଳନ ପାଳନ ଦାୟିତ୍ୱ ଆସି ପଡ଼ିଥିଲା। ତେବେ ସେ ବିଚଳିତ ନ ହୋଇ ଇ-ରିକ୍ସା ଚଳାଇବା ଆରମ୍ଭ କରିଥିଲେ। ଏନେଇ ସାହି ପଡ଼ିଶାଙ୍କଠାରୁ ଟାହିଟାପରା ମଧ୍ୟ ଶିଣିବାକୁ ପଡ଼ିଥିଲା। ତେବେ ସେ ହାର୍‌ ନ ମାନି ଆଗକୁ ମାଡି ଚାଲିଥିଲେ। ଏବେ ତାଙ୍କ ସାହସ ଦେଖି ସ୍ଥାନୀୟ ଅଞ୍ଚଳର ଅନ୍ୟ ୫ ଜଣ ମହିଳା ଇ-ରିକ୍ସା ଚଳାଇବା ଆରମ୍ଭ କରିଛନ୍ତି। ସେମାନଙ୍କୁ ଗାଡି ଚଳାଇବା ତାଲିମ୍‌ ଗୁଡ୍ଡି ଦେଇଛନ୍ତି। ଏପରି କରି ଗୁଡ୍ଡି ସମାଜ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

Share