ଦୃଢ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ଜଗନ୍ନାଥଙ୍କୁ କରିଛି ସକ୍ଷମ

ସୋନପୁର, ୫।୮(ନି.ପ୍ର) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଦଶରାଜପୁର ଗାଁର ଜଗନ୍ନାଥ ଦାସ(୪୬)। ଆଖିକୁ ଭଲ ଦେଖା ଯାଉନି। ଗୋଡ ଓ ହାତ ଥରୁଛି। ତଳେ ଗୋଡ ଭଲ ଭାବେ ଲାଗୁନି। କିନ୍ତୁ ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ଦିବ୍ୟାଙ୍ଗ ଜଗନ୍ନାଥ ନିଜକୁ ସକ୍ଷମ ବୋଲି ସମାଜରେ ପ୍ରମାଣିତ କରି ପାରିଛନ୍ତି। ନିଜସ୍ବ ଉଦ୍ୟମରେ ସେ ରୋଜଗାରକ୍ଷମ ହୋଇ ପାରିଛନ୍ତି। ନିମ୍ନା ଛକରେ ସାଇକେଲ ଦୋକାନଟିଏ କରିଛନ୍ତି। ସାଇକେଲ ମରାମତି କରି ଓ ପାଟର୍‌ସ ବିକି ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଜଣେ ଦିବ୍ୟାଙ୍ଗ ହୋଇ ସାଧାରଣ ଲୋକଙ୍କ ପାଇଁ ସେ ଉଦାହରଣ ହୋଇଛନ୍ତି।
ଜନ୍ମରୁ ଜଗନ୍ନାଥ ଠିକ୍‌ ଥିଲେ। ପାଠ ପଢିବା ସମୟରେ ସାଧାରଣ ପିଲାଙ୍କ ଭଳି ସବୁ କାମ କରି ପାରୁଥିଲେ। ପ୍ରତିଦିନ ନିଜ ଗାଁରୁ ଉଲୁଣ୍ଡାକୁ ସାଇକେଲରେ ପାଠ ପଢିବାକୁ ଯାଉଥିଲେ। ହେଲେ ମାଟ୍ରିକ୍‌ ପଢୁଥିବା ସମୟରେ ୧୬ବର୍ଷ ବୟସରେ ସଡ଼କ ଦୁର୍ଘଟଣା ତାଙ୍କ ଜୀବନର ଗତିପଥ ବଦଳାଇ ଦେଲା। ସେ ଦିବ୍ୟାଙ୍ଗ ହୋଇଗଲେ। ତାଙ୍କ ପାଠପଢାରେ ଡୋରି ବନ୍ଧା ହେଲା। କିଛି ଦିନ ପରେ ନିଜ ମନକୁ ସେ ଦୃଢ କଲେ। ନିମ୍ନାରେ ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଛାଉଣି କରି ସାଇକେଲ ମରାମତି କାମ ଆରମ୍ଭ କଲେ। ଏ ପର୍ଯ୍ୟନ୍ତ ସେହି କାର୍ଯ୍ୟକୁ ହିଁ ସେ ଆଦରି ନେଇଛନ୍ତି। ଜଗନ୍ନାଥ ଅବିବାହିତ। ଇତିମଧ୍ୟରେ ତାଙ୍କ ମା ଓ ବାପାଙ୍କ ଦେହାନ୍ତ ହୋଇଛି। ସେ ନିଜ ବଡ ଭାଇଙ୍କ ଘରେ ରହୁଛନ୍ତି। ସରକାରୀ ସହାୟତା ବୋଲି କେବଳ ମାସିକ ଭିନ୍ନକ୍ଷମ ଭତ୍ତା ମିଳୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କିମ୍ବା ବ୍ୟବସାୟ ପାଇଁ ସହାୟତା ମିଳିନି। ଏହି ଯୋଜନା ଉଦ୍ୟମୀ ଦିବ୍ୟାଙ୍ଗଙ୍କ ପାଇଁ ଅପହଞ୍ଚ ହୋଇପଡିଛି। ଜଗନ୍ନାଥ କୁହନ୍ତି, ପୂର୍ବରୁ ଦୋକାନ ଭଲ ଚାଲୁଥିଲା। ଜଣେ ସହାୟକ ରଖି ସାଇକେଲ ମରାମତି କରୁଥିଲେ। ଭଲ ରୋଜଗାର ହେଉଥିଲା। ଏବେ ବ୍ୟବସାୟ ମାନ୍ଦା। ସହାୟକଙ୍କୁ ଦରମା ଦେଇପାରୁନି, କି ପାଟର୍‌ସ କିଣି ପାରୁନି । ଅର୍ଥାଭାବରୁ ଚଳିବା କଷ୍ଟକର ହେଉଛି। ବ୍ୟବସାୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ମିଳିଲେ ମୁଁ ସ୍ବାବଲମ୍ବୀ ହୋଇପାରନ୍ତି। ଏ ସମ୍ପର୍କରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ଥାଟି କୁହନ୍ତି, ନିଜସ୍ବ ଉଦ୍ୟମରେ ଜଗନ୍ନାଥ ରୋଜଗାରକ୍ଷମ ହୋଇପାରିବା ଖୁବ୍‌ ବଡ କଥା। ସେ ସରକାରୀ ସହାୟତା ପାଇଁ ଆବେଦନ କରନ୍ତୁ। ପ୍ରଶାସନ ତାଙ୍କୁ ନିଶ୍ଚିତ ସହାୟତା ଯୋଗାଇ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କର ବଳାତ୍କାର କରିବା ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯାତନା ଦେବା ନେଇ ହିଞ୍ଜିଳି ଥାନାରେ...

ଭୁଲ ବୁଝାମଣାରୁ ଏମ୍‌କେସିଜିରେ ଫାର୍ମାସୀ ଛାତ୍ରଙ୍କୁ ମାଡ଼, କ୍ଷମା ମାଗିଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର,୧୩।୪(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡିକାଲରେ ଜଣେ ଫାର୍ମାସୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କାଜୁଆଲିଟିରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ...

ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ: ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା

ବଲାଙ୍ଗୀର,୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ୨ ଦିନରେ ଗଡିଛି ୨ ମୁଣ୍ଡ। ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ବିଭତ୍ସ...

ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର: କଳ୍ପନାଙ୍କ ମଙ୍ଗଳା ଭଜନ ଉନ୍ମୋଚିତ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର ରବିବାର ସଂଧ୍ୟାରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି...

୫ ସରପଞ୍ଚ, ୨ ସମିତି ସଭ୍ୟ, ୯ ଓ୍ବାର୍ଡ ସଭ୍ୟ ଲାଗି ହେବ ଉପନିର୍ବାଚନ

ଛତ୍ରପୁର,୧୩ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ୫ ପଞ୍ଚାୟତର ସରପଞ୍ଚ, ୨ ପଞ୍ଚାୟତ ସମିତିସଭ୍ୟ ଏବଂ ୯ ଓ୍ବାର୍ଡ ସଭ୍ୟ ପଦବୀ ଖାଲି ରହିଛି। ଏହି ପଦବୀଗୁଡ଼ିକ...

ଖବର ପ୍ରସାରଣ ପରେ ଗାଁରୁ ଦୂର ହେଲା ଜଳ ସଙ୍କଟ

ମୋହନା,୧୩ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଖାରିକୁଆରେ ୨୫ ପରିବାର ରହନ୍ତି। ଗ୍ରାମରେ ରହିଛି ଗୋଟିଏ ମାତ୍ର...

୧୩ ଦିନିଆ ଯାତ୍ରା ସାରି ମନ୍ଦିର ଫେରିଲେ ମା’ ଦକ୍ଷିଣକାଳୀ

ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ତଥା ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ...

ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜେଲ୍ ଗଲେ ଅଭିଯୁକ୍ତ, ଖଣ୍ଡା ଜବତ   

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ଗ୍ରାମର ପ୍ରସାଦ ଗୌଡ଼ଙ୍କୁ ହତ୍ୟାଉଦ୍ୟମ ଘଟଣାରେ ସମ୍ପୃକ୍ତ ତେଣ୍ଟୁଆପଡ଼ା ଗ୍ରାମର ଲାଲୁ ପ୍ରସାଦ ସେଠୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image