Categories: ଜାତୀୟ

ଦୃଶ୍ୟମାନ ହେଲା ବର୍ଷର ଶେଷ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଗୁରୁବାର ଦୃଶ୍ୟମାନ ହୋଇଛି। ଏହି ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଦେଶର ବିଭିନ୍ନ ଭାଗରେ ଦେଖିବାକୁ ମିଳିଛି। ବିଭିନ୍ନ ପ୍ଲାନେଟୋରିୟମରେ ଏହି ବିରଳ ଦୃଶ୍ୟ ଦେଖିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। କାରଣ ଏହାକୁ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି। ଦିଲ୍ଲୀରେ ଏହା ୮ଟା ୧୭ରେ ଆରମ୍ଭ ହୋଇଥିବା ବେଳେ ୧୦ଟା ୫୭ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡିଛି। ଅହମ୍ମଦାବାଦରେ ୮ଟା ୦୫ରୁ ୧୦ଟା ୫୫, ମୁମ୍ବାଇ ୮ଟା୧୭ରୁ ୧୦ଟା ୫୭, କୋଲକାତା ୮ଟା ୨୭ରୁ ୧୧.୩୨, ପାଟନା, ୮ଟା ୪୦ରୁ ୧୧ଟା ୪୫, ଭୁବନେଶ୍ୱର ୮ଟା ୨୦ରୁ ୧୧ଟା ୨୯, ଚଣ୍ଡିଗଡ଼ ୮ଟା ୨୦ରୁ ୧୦ଟା ୫୪, ଜମ୍ମୁ ୮ଟା ୧୭ରୁ ୧୦ଟା ୫୭, ପ୍ରୟାଗରାଜ ୮ଟା ୧୯ରୁ ୧୧ଟା ୧୦ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଏହା ବିଭିନ୍ନ ସମୟରେ ଦୃଶ୍ୟମାନ ହେବ ବୋଲି କୁହାଯାଇଛି। ବର୍ଷର ଏହି ଶେଷ ସୂର୍ଯ୍ୟୋପରାଗକୁ ବୈଜ୍ଞାନିକମାନେ ‘ରିଙ୍ଗ ଅଫ୍‌ ଫାୟାର’ ବୋଲି ନାମ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁୟାରୀ ୬ ଓ ଜୁଲାଇ ୨ରେ ଆଂଶିକ ସୂର୍ଯ୍ୟୋପରାଗ ହୋଇଥିଲା।

Share