Categories: ବାଣିଜ୍ୟ

ଦୃଷ୍ଟିବାଧିତଙ୍କ ପାଇଁ ଆର୍‌ବିଆଇର ନୂଆ ଆପ୍‌;ନୋଟ ଚିହ୍ନିବା ହେବ ସହଜ

ନୂଆଦିଲ୍ଲୀ,୧୫-୭: ନୋଟ ଚିହ୍ନିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୂଆ ଆପ୍ଲିକେଶନ ଶୀଘ୍ର ଆଣିବ। ଏହା ଦ୍ୱାରା ଦୃଷ୍ଟିବାଧିତ ଲୋକମାନେ ବିଶେଷ ଭାବେ ଲାଭବାନ ହୋଇପାରିବେ। ବର୍ତ୍ତମାନ ନେଣଦେଣ କ୍ଷେତ୍ରରେ କ୍ୟାଶ ସିଂହଭାଗ ହାସଲ କରିଛି। ୧୦,୨୦,୫୦,୧୦୦, ୨୦୦,୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ବର୍ତ୍ତମାନ ପ୍ରଚଳନରେ ରହିଛି। ଏହା ବାଦ ଟଙ୍କାକିଆ ନୋଟ କେନ୍ଦ୍ର ସରକାର ଜାରି କରୁଛନ୍ତି। ଏହି ପଦକ୍ଷେପ ଦ୍ୱାରା ଦୃଷ୍ଟିବାଧିତ ଲୋକମାନେ ଲାଭବାନ ହେବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏହି ବର୍ଗର ଲୋକଙ୍କ ସୁବିଧା ଲାଗି ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ନୋଟରେ ଇଣ୍ଟାଗ୍ଲିଓ ପ୍ରିଣ୍ଟ ଭିତ୍ତିକ ମାର୍କ ରହିଛି। ବିମୁଦ୍ରୀକରଣ ପରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ପ୍ରଚଳନରୁ ହଟାଗଲା ପରେ ନୂଆ ଡିଜାଇନ ଏବଂ ସାଇଜର ନୋଟ ବ୍ୟବସ୍ଥା ମଧ୍ୟକୁ ଆସିଛି। ଦୃଷ୍ଟିବାଧିତ ଲୋକମାନେ ବିଭିନ୍ନ ନୋଟକୁ ନେଇ ଚ୍ୟାଲେଞ୍ଜ ସାମ୍ନା କରିବା ପରେ ମୋବାଇଲ ଆପ୍ଳିକେଶନ ଆଣିବା ନେଇ ରହିଥିବା ଆବଶ୍ୟକତାକୁ ରିଜର୍ଭ ବ୍ୟାଙ୍କ ଉପଲବ୍ଧି କରିଥିଲା। ପ୍ରସ୍ତାବିତ ମୋବାଇଲ ଆପରେ ମହାତ୍ମାଗାନ୍ଧୀ ସିରିଜ ଏବଂ ନୂଆ ମହାତ୍ମାଗାନ୍ଧୀ ସିରିଜକୁ ଚିହ୍ନିବା ସହଜ ହେବ। ଏହା ଦ୍ୱାରା ଦେଶର ୮୦ ଲକ୍ଷ ଦୃଷ୍ଟିବାଧିତ ଲୋକଲାଭବାନ ହୋଇ ପାରିବେ। ଏଭଳି ଏକ ଆପ୍ଲିକେଶନ ଆଣିବା ନେଇ ଆର୍‌ବିଆଇ ୨୦୧୮ ଜୁନରେ ପ୍ରଥମେ ସୂଚନା ଦେଇଥିଲା।

Share