Advertisement
Categories: ବାଣିଜ୍ୟ

ଦୃଷ୍ଟିବାଧିତଙ୍କ ଲାଗି ଆର୍‌ବିଆଇର ନୋଟ୍‌ ଚିହ୍ନିବା ଆପ୍‌

ମୁମ୍ବାଇ,୧୩।୫: ଦୃଷ୍ଟିବାଧିତଙ୍କୁ ସହଜରେ ନୋଟ୍‌ ଚିହ୍ନିବାରେ ସହାୟତା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ମୋବାଇଲ ଆପ୍‌ ଆଣିବାକୁ ଯାଉଛି। ବର୍ତ୍ତମାନ ଦେଶରେ ୫,୧୦,୨୦,୫୦,୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନରେ ରହିଛି। ଏହାବ୍ୟତୀତ କେନ୍ଦ୍ର ସରକାର ୧ ଟଙ୍କିଆ ନୋଟ୍‌ ଜାରି କରୁଛନ୍ତି। ଦୃଷ୍ଟିବାଧିତ ଯେପରି ସହଜରେ ନୋଟ୍‌ ଚିହ୍ନି ପାରିବେ ସେଥିପାଇଁ ଆର୍‌ବିଆଇ ପକ୍ଷରୁ ୧୦୦ଟଙ୍କାରୁ ଊର୍ଦ୍ଧ୍ୱ ନୋଟ୍‌କୁ ଇଣ୍ଟାଗ୍ଲିଓ ପ୍ରିଣ୍ଟିଂ କରିଥାଏ। ଅର୍ଥାତ୍‌ ଏଭଳି ନୋଟ୍‌ରେ ଲେଖାଯାଇଥିବା ଅକ୍ଷରସବୁ ସାମାନ୍ୟ ଉଠି ରହିଥାଏ। ଯାହାକୁ ଛୁଇଁ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ସହଜରେ ନୋଟ୍‌ ଚିହ୍ନି ପାରୁଛନ୍ତି। ନୂଆ ମୋବାଇଲ ଆପ୍‌ ତିଆରି ଲାଗି ଆର୍‌ବିଆଇ ପକ୍ଷରୁ ଟେକ୍ନିକାଲ ବିଡିଂ ଆହ୍ବାନ କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ପୁରୁଣା ଓ ନୂଆ ମହାମତ୍ା ଗାନ୍ଧୀ ସିରିଜର ବୈଧ ନୋଟ୍‌କୁ ମୋବାଇଲ ଆପ୍‌ କ୍ୟାମେରା ସମ୍ମୁଖରେ ଧରିବା କ୍ଷଣି ଏହା ତୁରନ୍ତ ନୋଟ୍‌କୁ ଚିହ୍ନଟ କରିପାରିବ। ଏଭଳି ବ୍ୟବସ୍ଥା ବିକଶିତ କରିବା ଲାଗି ଆପ୍‌ ନିର୍ମାତାଙ୍କୁ କୁହାଯାଇଛି। ଏହାଛଡ଼ା ଏହି ଆପ୍‌ ଯେକୌଣସି ଆପ୍‌ ଷ୍ଟୋରରେ ଭଏସ୍‌ କଲ୍‌ ଜରିଆରେ ଖୋଜାଯାଇପାରୁଥିବ। ମାତ୍ର ୨ ସେକେଣ୍ଡ ମଧ୍ୟରେ ନୋଟ୍‌ ଚିହ୍ନଟ ଲାଗି ବ୍ୟବସ୍ଥା ରହିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share