ଦୃଷ୍ଟିଶକ୍ତି ପ୍ରଖର କରେ ମର୍ନିଂ ଓ୍ବାକ୍‌

ଆଜିକାଲି ଅନେକେ ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରୁଛନ୍ତି। ପ୍ରତିଦିନ ସକାଳୁ ଅତିକମ୍‌ରେ ଅଧ ଘଣ୍ଟାଏ ଚାଲିଲେ ତାହାର କେତେ ସୁଫଳ ମିଳେ ତାହା ଅନୁଭବୀ ହିଁ ଜାଣେ। ନିୟମିତ ମର୍ନିଂ ଓ୍ବାକ୍‌ କରିବା ଦ୍ୱାରା ଦୃଷ୍ଟିିଶକ୍ତି ଆହୁରି ପ୍ରଖର ହୋଇଥାଏ ବୋଲି ମତ ଦେଇଛନ୍ତି ଚାଇନା ବିଶେଷଜ୍ଞମାନେ। ପ୍ରତିଦିନ ମର୍ନିଂ ଓ୍ବାକ୍‌ କରୁଥିବା ବ୍ୟକ୍ତିମାନଙ୍କର ଦୃଷ୍ଟିଶକ୍ତିକୁ ତନ୍ନ ତନ୍ନ କରି ପରୀକ୍ଷାକରି ସେମାନେ ଏପରି ମତ ରଖିଛନ୍ତି। ସଦ୍ୟ ପ୍ରକାଶିତ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରତିଦିନ ମର୍ନିଂ ଓ୍ବାକ୍‌ କଲେ ସ୍ନାୟୁଗୁଡିକ ଆହୁରି ସକ୍ରିୟ ରହିଥାଆନ୍ତି। କେବଳ ସେତିକି ନୁହେଁ , ଏହାଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ଆହୁରି ପ୍ରଖର ହୋଇଥାଏ। ତେବେ ଆପଣଙ୍କର ଯଦି ଦୃଷ୍ଟିଶକ୍ତିଜନିତ କିଛି ସମସ୍ୟା ରହିଛି ପ୍ରଥମେ ତାହାର ଚିକିତ୍ସା କରାଇନେବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।