Categories: ଖେଳ

ଦୃଷ୍ଟିହୀନ କ୍ରିକେଟ ସିରିଜ ବନାମ ନେପାଳ: ଭାରତୀୟ ଦଳରେ କାଳିଆ, ଲିଙ୍ଗରାଜ

ଭୁବନେଶ୍ୱର, ୨୭।୧୧(କ୍ରୀଡ଼ା ପ୍ରତିନିଧି)-ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ନେପାଳ ବିପକ୍ଷରେ ଏକଦିବସୀୟ ଓ ଟି୨୦ କ୍ରିକେଟ ସିରିଜ ଖେଳିବ। ଡିସେମ୍ବର ୨ରୁ ୪ ପର୍ଯ୍ୟନ୍ତ ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ କାନପୁରରେ ଏବଂ ୬ରୁ ୮ ପର୍ଯ୍ୟନ୍ତ ୩ଟି ଟି୨୦ ଡେରାଡୁନ୍‌ରେ ଖେଳିବ। ଏହି ଦୁଇ ସିରିଜ ପାଇଁ ମଙ୍ଗଳବାର ୧୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ୧୦ ରାଜ୍ୟରୁ ବଛାବଛା ଖେଳାଳିଙ୍କୁ ଚୟନ କରାଯାଇଛି। ଏଥିରେ ୮ ନୂଆ ଖେଳାଳି ରହିଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ବି-୧, ଜଣେ ବି-୨ ଓ ୨ ଜଣ ବି-୩ କାଟେଗୋରି ଖେଳାଳି ସାମିଲ। ଭାରତୀୟ ଦଳରେ ୨ ଜଣ ଓଡ଼ିଶା ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ କାଳିଆ ପ୍ରଧାନ ଓ ଲିଙ୍ଗରାଜ-।ଜନ ଡେଭିଡଙ୍କ ନେତୃତ୍ୱାଧୀନ ଚୟନ କମିଟି ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଆସୋସିଏଶନ ସଭାପତି ଜି.କେ. ମହନ୍ତେଶଙ୍କ ସହ ଆଲୋଚନା କରି ୨ ଜଣ ନୂଆ ଅଧିନାୟକ ନିଯୁକ୍ତ ଦେଇଛନ୍ତି। ଏକଦିବସୀୟ ପାଇଁ ସୁନୀଲ ରମେଶ ଓ ଟି୨୦ ସିରିଜ ପାଇଁ ଦୀପକ ମଲିକଙ୍କୁ ଅଧିନାୟକ କରାଯାଇଛି।
ଭାରତୀୟ ଦଳ
ବି-୧ କାଟେଗୋରି: ବିଷ୍ଣୁ ବି., ମାଧବାଲୁ, ନିଲେଶ, ସୋଭେନ୍ଦ୍ର ଭଣ୍ଡାରୀ, କାଳିଆ ପ୍ରଧାନ।
ବି-୨ କାଟେଗୋରି: ଅଜୟ କୁମାର ରେଡ୍ଡୀ, ଲୋକେଶ, ମହମ୍ମଦ ଇରଫାନ, ମହମ୍ମଦ ଫୈଜଲ(କେବଳ କାନପୁର ଦିନିକିଆ ପାଇଁ), ଭିନିତ କୁମାର(କେବଳ ଲୁତ୍ଧିଆନା ଟି୨୦ ପାଇଁ)।
ବି-୩ କାଟେଗୋରି: ସୁନୀଲ ରମେଶ, ଏ. ରବି, ଦୀପକ ମଲିକ, ରାହୁଲ ମହାଲେ, ଲିଙ୍ଗରାଜ ରାଉତରା।

Share