ଦୃଷ୍ଟି ବାଧିତ ନାବିକ ପ୍ରଶାନ୍ତ ମହାସାଗର ଯାତ୍ରା କରି କଲେ ରେକର୍ଡ

ଟୋକିଓ,୨୦।୪: ଇଛା ଶକ୍ତି ସମ୍ମୁଖରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜାପାନର ଜଣେ ଦୃଷ୍ଟି ବାଧିତ ନାବିକ। ସେ ପ୍ରଶାନ୍ତ ମହାସାଗରରେ ଯାତ୍ରା କରି ରେକର୍ଡ କରିଛନ୍ତି। ପୂର୍ବାୁ ୬ମାସ ତଳେ ସେ ଏଭଳି ପ୍ରୟାସ କରିଥିଲେ। ତେବେ ଏଥିରେ ସଫଳ ହୋଇପାରି ନ ଥିଲେ ବୋଲି କୁହାଯାଉଛି। ମିତସୁହିରୋ ଇବାମୋଟୋ ନିଜର ୧୨ ଫୁଟ ଲମ୍ବ ସେଲ ବୋଟ୍‌କୁ ଚଳାଇ ଶନିବାର ସକାଳେ ଫୁକୁସିମା ବନ୍ଦରରେ ପହଞ୍ଚିଥିଲେ। ୫୨ ବର୍ଷ ବୟସ୍କ ଇବାମୋଟୋ ଫେବୃୟାରୀ ୨୪ରେ ଆମେରିକା ସହର ଡଗ୍‌ ସ୍ମିଥ୍‌ରୁ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ସାଥିରେ ଥିବା ଆମରିକୀୟ ନାବିକ ତାଙ୍କୁ କେତେକ ସହାୟତା କରିଥିଲେ।

Share