ଦେଓବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ମାଓବାଦୀ ପୋଷ୍ଟର

ନବରଙ୍ଗପୁର/ଚନ୍ଦାହାଣ୍ଡି,୧୫।୮(ବି.ପ୍ର./ଡି.ଏନ୍‌.ଏ.): ସମଗ୍ର ଭାରତ ବର୍ଷରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳନ ହେଉଥିବାବେଳେ ନବରଙ୍ଗପୁର ଜିଲାର ଚନ୍ଦାହାଣ୍ଡି ବ୍ଲକ ଅଧୀନ ଦେଓବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମୁଖ୍ୟ ଫାଟକଠାରେ ମେନପୁର ଡିଭିଜନ ମାଓବାଦୀ ଲାଲରଙ୍ଗର ପୋଷ୍ଟର ଲଗାଇଛନ୍ତି। ଅଗଷ୍ଟ ୧୫କୁ କଳାଦିବସ ଭାବେ ପାଳନ କରିବାକୁ ଆହ୍ବାନ କରିଛନ୍ତି। ଆଦିବାସୀମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଛି ଓ ଠକା ଯାଉଛି। ଜଙ୍ଗଲ ଜମି ଛଡ଼ାଇ ନିଆଯାଉଛି ବୋଲି ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି।

Share