Categories: ଖେଳ

ଦେଖିକରି ମଧ୍ୟ ଡାଇଲଗ୍‌ କହିପାରିଲେନି ସାକ୍ଷୀ-ଧୋନୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୭।୧୨: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ କ୍ରିକେଟରୁ ଦୂରେଇ ରହିଛନ୍ତି। ଶେଷଥର ଧୋନୀ ୨୦୧୯ ବିଶ୍ୱକପ୍‌ ପାଇଁ ଖେଳିଥିଲେ। କ୍ରିକେଟରୁ ଦୂରେଇବା ପରେ ଏବେ ଧୋନୀ ପରିବାର ସହ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଛନ୍ତି। ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଧୋନୀ ପ୍ରାୟ ସମୟରେ ନିଜର ଭିଡିଓ ଓ ଫଟୋ ଶେୟାର କରିଥାନ୍ତି। ଇତିମଧ୍ୟରେ ଧୋନୀ ତାଙ୍କର ଓ ସ୍ତ୍ରୀ ସାକ୍ଷୀ ଧୋନୀଙ୍କ ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ପ୍ରଥମେ ଧୋନୀ ଡାଏଲଗ୍‌ର ଏକ ଲାଇନ୍‌କୁ ଦେଖିକରି ପଢ଼ୁଥିବା ବେଳେ ଠିକ୍‌ ଭାବେ ପଢ଼ିପାରୁ ନାହାନ୍ତି। ଏହାପରେ ସାକ୍ଷୀ ମଧ୍ୟ ଉକ୍ତ ଡାଏଲଗ୍‌କୁ ଦେଖିକରି ପଢ଼ିପାରି ନ ଥିଲେ। ଏହାକୁ ଦେଖି ଧୋନୀ ତାଙ୍କୁ ମଜାଳିଆ ଭାବେ କମେଣ୍ଟ କରି କହିଥିଲେ, ଡାଏଲଗ୍‌ ତ କହିପାରୁନ, ଏହାର ଡେଲିଭରି କେମିତି କରିବ। କିଛି ସମୟ ପରେ ପୁଣି ସାକ୍ଷୀ ଏହାକୁ ପଢ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ଏହି ଭିଡିଓଟି ଏକ ବର୍ଷର ପୁରୁଣା ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ହୋଇଛି। ଶେୟାର ହେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ଲକ୍ଷାଧିକ ୟୁଜର୍ସ ଦେଖିସାରିଲେଣି।

Share