Categories: ଜାତୀୟ

ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ

ହୁବ୍‌ଲି, ୧୮ା୧୨: ସିଏଏକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା ଚାଲିଥିବାବେଳେ ରେଲ୍‌ଓ୍ବେ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ସେହିଠାରେ ଗୁଳି କରିଦେବା( ସୁଟ୍‌ ଆଟ୍‌ ସାଇଟ୍‌) ଉଚିତ ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି କହିଛନ୍ତି। ଏନେଇ ଜିଲା ପ୍ରଶାସନ ଓ ରେଳ ଅଧିକାରୀମାନେ ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ବିକ୍ଷୋଭ ଓ ଭଙ୍ଗାରୁଜା ଦ୍ୱାରା ରେଳବାଇର କ୍ଷତି ହେଉଛି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି। ରେଳଓ୍ବେ ସମ୍ପତ୍ତି ନଷ୍ଟ ହେବାକୁ ଦିଆଯିବ ନାହିଁ ଓ ଆଇନ ଭାଙ୍ଗୁଥିବା ଲୋକଙ୍କୁ କଡ଼ା ଦଣ୍ଡ ମିଳିବ ବୋଲି ସେ ଚେତାଇ ଦେଇଛନ୍ତି।

Share