ଦେଢ଼କିଲୋ ଗଞ୍ଜେଇ ଜବତ: ଜଣେ ଗିରଫ

ବାସୁଦେବପୁର,୧୫।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ମଙ୍ଗଳବାର ନୂଆ ଜଗନ୍ନାଥ ଛକରୁ ଦେଢ଼ କିଲୋ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଅଟକ ରଖିଥିଲା। ସେ ହେଲେ ଜଗନ୍ନାଥ ଗ୍ରାମର ଦାମୋଦର ବେହେରା । ବୁଧବାର ପୋଲିସ ଦାମୋଦରଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ ନଂ.୧୧/୨୦ରେ ମାମଲା ରୁଜୁ କରିଛି।