ଭବାନୀପାଟଣା,୨୦।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଭବାନୀପାଟଣା ସଦର ରେଞ୍ଜ ପକ୍ଷରୁ ଶୁକ୍ରବାର ସକାଳେ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂଲ୍ୟବାନ ଶାଳକାଠ ଜବତ କରାଯାଇଛି। ଉତ୍ତର ବନଖଣ୍ଡ ଡିଏଫ୍ଓ ନିତେଶ କୁମାରଙ୍କ ନିର୍ଦ୍ଦେଶରେ ସହରର ଶିବ ମନ୍ଦିର ନିକଟରେ ଥିବା ବ୍ୟାଙ୍କ କଲୋନୀ ଲେନ୍-୨ ରେ ଏକ ନିର୍ମାଣାଧୀନ କୋଠା ଘରେ ଚଢ଼ାଉ କରାଯାଇ ସେଠାରୁ ଶାଳ କାଠ ଜବତ ହୋଇଛି। ଉକ୍ତ କୋଠାଟି ଅମିତ୍ ପଟ୍ଟନାୟକଙ୍କର ବୋଲି ଜଣାପଡିଛି। ଏହି ଚଢ଼ାଉରେ ଏସିଏଫ୍ ବଂଶୀଧର ସ୍ବାଇଁ, ସଦର ରେଞ୍ଜର ପ୍ରସନ୍ନ କୁମାର ମିଶ୍ର, ଫରେଷ୍ଟର ଡମ୍ବରୁଧର ରଣା, ରତ୍ନାକର ଧରୁଆ, ଲୋକାଚନ୍ଦ୍ର ପୋଢ, ଫରେଷ୍ଟଗାର୍ଡ ଭବାନୀଶଙ୍କର ପରିଚ୍ଛା, ଭାଗବତ ବେହେରାଙ୍କ ସମେତ ମୋବାଇଲ ଷ୍ଟାଫ୍ ସାମିଲ ଥିଲେ।