ଦେବକୁଣ୍ଡ ଯାଉଥିବା ବେଳେ ଟ୍ରକ୍‌କୁ ଧକ୍କା ଦେଲା ଟୁରିଷ୍ଟ ଭ୍ୟାନ୍‌: ୩ ପର୍ଯ୍ୟଟକ ମୃତ, ୧୫ ଗୁରୁତର

ବାଲେଶ୍ୱର ଅଫିସ,୮।୧୨: ବାଲେଶ୍ୱର ଜିଲା ସେରଗଡ଼ସ୍ଥିତ ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ରବିବାର ଭୋର ୫ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପର୍ଯ୍ୟଟକ ଗାଡ଼ି ଟ୍ରକ୍‌କୁ ପଛରୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଗଙ୍ଗାଧର ଦାସ(୮୦), ଶ୍ରୀନାଥ ଦାସ(୪୫) ଏବଂ ବାପି ମିଶ୍ର(୪୦)। ଗୁରୁତରମାନଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ପୁରୀ ଜିଲା ବାଲିସାହି ଅଞ୍ଚଳର ୨୦ରୁ ଅଧିକ ପର୍ଯ୍ୟଟକ ଏକ ଟୁରିଷ୍ଟ ଭ୍ୟାନ୍‌ (ଓଡି-୦୨ଏଓ୍ବାଇ୬୩୧୬) ଯୋଗେ ମୟୂରଭଞ୍ଜର ଦେବକୁଣ୍ଡ ଅଭିମୁଖେ ଯାତ୍ରା କରୁଥିଲେ। ଉକ୍ତ ସ୍ଥାନରେ ଏକ ଟ୍ରକ୍‌କୁ ଉକ୍ତ ଟ୍ରାଭେଲରଟି ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ। ପରେ ଆମ୍ବୁଲାନ୍ସ ଓ ପୋଲିସ ସହାୟତାରେ ସମସ୍ତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଛନ୍ତି।

Share