ଦେବଗଡ଼ରେ ଜବରଦଖଲ ଉଚ୍ଛେଦ ଜାରି

ଦେବଗଡ଼,୧୭।୭(ଡି.ଏନ୍‌.ଏ.): ଦେବଗଡ଼ ଜିଲା ପୌରାଞ୍ଚଳ ଅଧୀନ ସହରର ମୁଖ୍ୟ ମାର୍କେଟ ଡ୍ରେନ ଉପରେ ଥିବା ଦୋକାନ ଗୃହଗୁଡିକର ବୁଧବାର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।
ସୂଚନାଯୋଗ୍ୟ,ଦୀର୍ଘ ବର୍ଷ ଧରି ବଡ଼ବଡ଼ ସ୍ଲାବ ପକାଇ ଡ୍ରେନଗୁଡିକୁ ଅବରୋଧ କରାଯାଇଥିଲା। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ମଙ୍ଗଳବାର ଉଚ୍ଛେଦ ସମୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ବୁଧବାର ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିରେ ପୌରପରିଷଦର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ଦିବ୍ୟ ଶଙ୍କର ଜୟପୁରିଆଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।