Advertisement

ଦେବଗଡ଼ରେ ଭାରତ ବନ୍ଦର ପ୍ରଭାବ

ଦେବଗଡ଼,୮।୧(ଡି.ଏନ୍‌.ଏ.): ଦରବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା,ପ୍ରସ୍ତାବିତ ଶ୍ରମ ଆଇନ, ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେଶନ ପକ୍ଷରୁ ୧୨ ଦଫା ଦାବି ପୂରଣ ନେଇ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଦେବଗଡ଼ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି ା ବୁଧବାର ସିଆଇଟିୟୁ ଓ ପଶ୍ଚିମ ଓଡ଼ିଶା ବିଦ୍ୟୁତ୍‌ କର୍ମଚାରୀ ସଂଘ ସମେତ ବିଭିନ୍ନ ଟ୍ରେଡ୍‌ ୟୁନିଅନ ପକ୍ଷରୁ ପିକେଟିଂ କରାଯାଇ ଦେବଗଡ଼ ସହରର ସମସ୍ତ ଦୋକାନ ବଜାର ବନ୍ଦ କରଯାଇଥିଲା ା ସେହିପରି ପୂର୍ବାହ୍ନରେ ପିକେଟିଂ କରାଯାଇ ଦେବଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ ଓ ସ୍କୁଲ କଲେଜ ଆଦି ବନ୍ଦ କରାଯାଇଥିଲା ା ଏଥିସହ ସମସ୍ତ ବ୍ୟାଙ୍କ୍‌ ଓ ପୋଷ୍ଟ ଅଫିସ ମଧ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ସେହିପରି ସ୍ଥାନୀୟ ପୁରୁଣା ପୋଷ୍ଟ ଅଫିସ ଛକ ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳନକାରୀମାନେ ବସିରହି ଯାନବାହନ ଅଟକାଇବା ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ଏହି ବନ୍ଦ ପାଳନକୁ ଦେବଗଡ଼ ଜିଲା କଂଗ୍ରେସ କମିଟି ମଧ୍ୟ ପୂର୍ଣ୍ଣ ସମର୍ଥନ କରି ବନ୍ଦ ପାଳନରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲା ା ସିଟୁର ସମ୍ପାଦକ ଭଞ୍ଜକିଶୋର ନାୟକ,ପଶ୍ଚିମ ଓଡ଼ିଶା ବିଦ୍ୟୁତ କର୍ମଚାରୀ ସଂଘର ଡିଭିଜନାଲ ସମ୍ପାଦକ ପ୍ରଦ୍ୟୁମ୍ନ ସାମଲ, ବସନ୍ତ ପ୍ରଧାନ, ସୁରେଶ ଦେହୁରୀ, ଚନ୍ଦ୍ରଭାନୁ ଦେହୁରୀ, ଦେବ ପ୍ରସାଦ ପାଲ,ସୁମନ୍ତ ମାଝି, ରାଜେଶ ନାୟକ,ଦିଗାମ୍ବର ନାୟକ ଓ ମନୋଜ ନାୟକ, ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ ଓ ଜିଲା ଯୁବ କଂଗ୍ରେସ ସଭାପତି ସିଦ୍ଧେଶ୍ୱର ଗୁରୁ, ସୁବାସ ଚନ୍ଦ୍ର ଭୋଇ, ଅନୁଜ କୁମାର ପ୍ରଧାନ,ପ୍ରମୋଦ କୁମାର ମିଶ୍ର, ପ୍ରକାଶ ଦେବତା, ବିକାଶ ଖଡ଼ିରତ୍ନ ଓ ପଞ୍ଚୁ ବରାଇ ପ୍ରମୁଖ ଏହି ବନ୍ଦ ପାଳନର ନେତୃତ୍ୱ ନେଇଥିଲେ ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel