ନୂଆଦିଲ୍ଲୀ,୨୫-୧୨: ଇନ୍ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍(ଆଇବିସି) ବା ଦେବାଳିଆ ଆଇନରେ ସଂଶୋଧନ ଆଣିବା ଲାଗି କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଙ୍ଗଳବାର ଅଧ୍ୟାଦେଶକୁ ମଞ୍ଜୁରୀ ଦିଆଯାଇଛି। ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସକୁ ତ୍ୱରିତ କରିବା ସହ ଦେବାଳିଆ ଆଇନରେ ବିଭିନ୍ନ ପ୍ରସଙ୍ଗକୁ ସ୍ପଷ୍ଟ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆଇବିସି କୋଡ୍କୁ ବର୍ତ୍ତମାନ ସୁଦ୍ଧା ୩ଥର ସଂଶୋଧନ କରାଯାଇଛି। ଆଇନରେ ଥିବା ବିଭିନ୍ନ ଅସୁବିଧା ଏବଂ ଅସଙ୍ଗତିକୁ ଦୂର କରିବା ଲାଗି ଏଭଳି ସଂଶୋଧନ କରାଯାଇଥିବା କେନ୍ଦ୍ର ସୂଚନା ଏବଂ ପ୍ରଶାସରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।