Categories: ବାଣିଜ୍ୟ

ଦେବାଳିଆ ରିପୋର୍ଟକୁ ଏୟାର ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ,୧୫-୫: ଭାରତର ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଇସ୍ରାଏଲ ମିଡିଆରେ ପ୍ରକାଶ ପାଇଥିବା ଦେବାଳିଆ ଖବରକୁ ଖଣ୍ଡନ କରିଛି। ଏହା ଭିତ୍ତିହୀନ ବୋଲି କମ୍ପାନୀ କହିଛି। ଉଲ୍ଲେଖଥାଉ କି, ବହୁ ସଂଖ୍ୟାରେ ଇସ୍ରାଏଲ ନାଗରିକ ଭାରତ ଆସିବା ପାଇଁ ଏୟାର ଇଣ୍ଡିଆ ବିମାନ ବ୍ୟବହାର କରିଥାନ୍ତି। ଇସ୍ରାଏଲ ମିଡିଆ ଏବଂ କେତେକ ଅନ୍‌ଲାଇନ ଓ୍ବେବ୍‌ପୋର୍ଟାଲରେ ଏୟାର ଇଣ୍ଡିଆ ଦେବାଳିଆ ହେବାର ଦ୍ୱାରଦେଶରେ ବୋଲି ରିପୋର୍ଟ ପ୍ରକାଶ କରାଯାଇଛି। ଇସ୍ରାଏଲ ମିଡିଆରେ ଏୟାର ଇଣ୍ଡିଆ ବିରୋଧରେ ମିଥ୍ୟା ତଥା ଭ୍ରାନ୍ତ ଖବର ପ୍ରଚାର କରାଯାଉଛି। ସେଥିରେ କୁହାଯାଇଛି ଯେ,ଭାରତର ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଉପରେ ଏବେ ପ୍ରାୟ ୧ ବିଲିୟନ ଡଲାରୁ ଅଧିକ ବକେୟା ଋଣ ରହିଛି। ଏୟାର ଇଣ୍ଡିଆ ଟିକେଟ ବୁକ୍‌ କରିଥିବା ଇସ୍ରାଏଲ ନାଗରିକଙ୍କୁ ସ୍ଥାନୀୟ ମିଡିଆ ସତର୍କ କରି କହିଛି ଯେ, ସେମାନେ ନିଜର ଅର୍ଥ ଫେରିପାଇବା ଲାଗି ଏବେ ଠାରୁ ଉଦ୍ୟମ କରନ୍ତୁ। ରାଜଧାନୀ ତେଲ୍‌ ଆବିବ୍‌ସ୍ଥିତ ଏୟାର ଇଣ୍ଡିଆର କାର୍ଯ୍ୟାଳୟରୁ ବୟାନ ଜାରି କରାଯାଇ ଏଭଳି କଳ୍ପନାଜଳ୍ପାନକୁ ଖଣ୍ଡନ କରାଯାଇଛି।

Share