Categories: ବାଣିଜ୍ୟ

ଦେବାଳିଆ ହେଲା ଅନିଲ ଅମ୍ବାନୀଙ୍କ ଆଉ ଏକ କମ୍ପାନୀ

ନୂଆଦିଲ୍ଲୀ,୧୭-୯: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ମାଲିକାନାରେ ଥିବା ଆଉ ଏକ କମ୍ପାନୀ ଦେବାଳିଆ ହୋଇଗଲାଣି। ଋଣରେ ବୁଡ଼ି ରହିଥିବା ଟେଲିକମ୍‌ କମ୍ପାନୀ ରିଲାଏନ୍ସ କମ୍ୟୁନିକେଶନ୍ସର ଏକ ସହଯୋଗୀ କମ୍ପାନୀ ଜିସିଏକ୍ସ ଲିମିଟେଡ ନିଜକୁ ଦେବାଳିଆ ଘୋଷଣା ଲାଗି ଆଇବିସି କୋର୍ଟରେ ଆବେଦନ କରିଛି ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି। ଉଲ୍ଲେଖଥାଉ କି, ସମୁଦ୍ର ତଳେ ବିଶ୍ୱର ସର୍ବବୃହତ ଘରୋଇ କେବଳ ସିଷ୍ଟମ ଜିସିଏକ୍ସ ନିକଟରେ ରହିଛି। ୩୫ କୋଟି ଡଲାର ୭% ବଣ୍ଡ ପେମେଣ୍ଟ ଦେବାରେ ବିଫଳ ହେବା ପରେ କମ୍ପାନୀ ଉକ୍ତ ପଦକ୍ଷେପ ଗ୍ରହଣ କରିଛି। ଏଥିପୂର୍ବରୁ ରିଲାଏନ୍ସ କମ୍ୟୁନିକେଶନ୍ସ ନିଜକୁ ଦେବାଳିଆ ଘୋଷଣା ପାଇଁ ଆଇବିସି କୋର୍ଟରେ ଆବେଦନ କରିସାରିଛି। ଋଣବୋଝକୁ କମାଇବା ଲକ୍ଷ୍ୟରେ ରିଲାଏନ୍ସ ଗ୍ରୁପ୍‌ ରୋଡ୍‌ରୁ ରେଡିଓ ଷ୍ଟେଶନ ପର୍ଯ୍ୟନ୍ତ ବିକ୍ରି କରି ୨୧,୭୦୦ କୋଟି ଟଙ୍କା ଯୋଗାଡ କରିବାକୁ ଲକ୍ଷ୍ୟ ରଖିଛି।

Share