Categories: ବାଣିଜ୍ୟ

ଦେବାଳିଆ ହୋଇପାରନ୍ତି ବିମାନ କମ୍ପାନୀ

ନୂଆଦିଲ୍ଲୀ,୧୮-୩: କରୋନା ମହାମାରୀର ପ୍ରଭାବ ଯୋଗୁ ସାରା ବିଶ୍ୱରେ ବିମାନ ଶିଳ୍ପ ଏବେ ପ୍ରଭାବିତ ସ୍ଥିତିରେ ରହିଛି। ଏଭଳି ସମସ୍ୟା ଆଗାମୀ ମେ’ ମାସ ଯାଏ ଯଦି ଲାଗି ରହେ ତେବେ ସାରା ବିଶ୍ୱରେ ବିମାନ କମ୍ପାନୀଗୁଡ଼ିକୁ ଦେବାଳିଆ ସ୍ଥିତିକୁ ଚାଲିଯିବେ ବୋଲି ସେଣ୍ଟର ଫର୍‌ ଏସିଆ ପାସିଫିକ ଆଭଏଶନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଏହି କ୍ଷେତ୍ରରେ ବିମାନ କମ୍ପାନୀଗୁଡ଼ିକୁ ସରକାର ସହାୟତା ଯୋଗାଇଦେବା ଆବଶ୍ୟକ। ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବା ଯୋଗୁ ବିମାନ କମ୍ପାନୀଗୁଡିକର ପରିଚାଳନାରେ ବିଭିନ୍ନ ସମସ୍ୟା ଉପୁଜୁଥିବା କୁହାଯାଇଛି।

Share