Categories: ଜାତୀୟ

ଦେବାଶିଷ ପଣ୍ଡା ନୂଆ ଅର୍ଥ ସଚିବ

ନୂଆଦିଲ୍ଲୀ,୧୫।୨: ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଦେବାଶିଷ ପଣ୍ଡା ନୂଆ ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପଣ୍ଡା ଓଡ଼ିଶା ନିବାସୀ ହୋଇଥିବା ବେଳେ ୧୯୮୭ ବ୍ୟାଚ୍‌ ଉତ୍ତର ପ୍ରଦେଶ କ୍ୟାଡରର ଅଧିକାରୀ। ନୂଆ ନିଯୁକ୍ତି ପୂର୍ବରୁ ସେ ଆର୍ଥତ୍କ ସେବା ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। କ୍ୟାବିନେଟର ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। ବର୍ତ୍ତମାନ ଅର୍ଥ ସଚିବ ଭାବେ କାର୍ଯ୍ୟ କରୁଥିବା ରାଜୀବ କୁମାରଙ୍କ କାର୍ଯ୍ୟକାଳ ଚଳିତ ମାସ ଶେଷରେ ସରୁଥିବା ବେଳେ ପଣ୍ଡା ତାଙ୍କ ପରେ ଏହି ପଦବୀରେ କାର୍ଯ୍ୟ କରିବେ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଏହାବାଦ ଏଫ୍‌ଏସ୍‌ଏସ୍‌ଆଇ ସିଇଓ ଭାବେ କାର୍ଯ୍ୟରତ ପଓ୍ବନ କୁମାର ଅଗ୍ରଓ୍ବାଲ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୮୫ ବ୍ୟାଚ୍‌ ଆସାମ-ମେଘାଳୟ ଆଇଏଏସ୍‌ ସରସ୍ବତୀ ପ୍ରଶାଦ ଜାତୀୟ ଏସ୍‌ସି, ଏସ୍‌ଟି କମିଶନ ସଚିବ, ଉମା ଶର୍ମା ଯୁବ ବ୍ୟାପାର ସଚିବ, ପ୍ରତିରକ୍ଷା ଉତ୍ପାଦନ ସଚିବ ଭାବେ ରାଜ କୁମାର ଏବଂ ରାଜୀବ ରଞ୍ଜନ ମତ୍ସ୍ୟ ବିଭାଗ ସଚିବ ଭାବେ ନିଯୁକ୍ତି ଲାଭ କରିଛନ୍ତି।

Share