Categories: ବାଣିଜ୍ୟ

ଦେବାଶୀଷ ଚାଟାର୍ଜୀ ମାଇଣ୍ଡଟ୍ରି ସିଇଓ, ଏମ୍‌ଡି

ନୂଆଦିଲ୍ଲୀ,୩-୮: ଆଇଟି କମ୍ପାନୀ ମାଇଣ୍ଡଟ୍ରି ଲିମିଟେଡ କଗ୍ନିଜାଣ୍ଟର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାଶୀଷ ଚାଟାର୍ଜୀଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତ କରିଥିବା ଶୁକ୍ରବାର ଘୋଷଣା କରିଛି। କମ୍ପାନୀ ଲାର୍ସେନ ଆଣ୍ଡ ଟୁବ୍ରୋ(ଏଲ୍‌ ଆଣ୍ଡ ଟି)ର ସିଇଓ ତଥା ଏମ୍‌ଡି ଏସ୍‌.ଏନ୍‌.ସୁବ୍ରମଣ୍ୟନଙ୍କୁ ଅଣ କାର୍ଯ୍ୟନିର୍ବାହୀ ଭାଇସ୍‌ ଚେୟାରମ୍ୟାନ ଭାବେ ଅବସ୍ଥାପିତ କରିସାରିଛି। ଉଭୟ ନିଯୁକ୍ତି ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହେବ ବୋଲି ମାଇଣ୍ଡଟ୍ରି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଉଲ୍ଲେଖଥାଉ କି, ମାଇଣ୍ଡଟ୍ରି ଲିମିଟେଡକୁ ଏଲ୍‌ ଆଣ୍ଡ ଟି ଅଧିଗ୍ରହଣ କରିଛି।

Share