Categories: ଫୁରସତ

ଦେବୀଙ୍କ ପାଖରେ ଲାଗି ହୁଏ ମଟନ୍‌ ବିରିୟାନୀ…

ମନ୍ଦିରରେ ଦେବାଦେବୀଙ୍କୁ ବିଭିନ୍ନ ଭୋଗ ଲାଗି ହୋଇଥାଏ। ତେବେ ତାମିଲନାଡୁରେ ଥିବା ମାତା ମୁନିୟାନ୍ଦୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ବିରିୟାନୀ ଭୋଗ ଲାଗି କରାଇଥାନ୍ତି। ମଦୁରାଇ ଜିଲାର ଓ୍ବଡ଼କ୍କମ୍‌ ପଟ୍ଟି ଗାଁରେ ଏହି ମନ୍ଦିର ରହିଛି। ବର୍ଷରେ ଥରେ ଦେବୀଙ୍କ ପାଖରେ ଏକ ନିଦ୍ଦିଷ୍ଟ ଉତ୍ସବରେ ବିରିୟାନୀ ଲାଗି ହୋଇଥାଏ। ଏହି ଉତ୍ସବ ଏଠାରେ ୧୯୭୩ଠାରୁ ପାଳିତ ହୋଇଆସୁଛି। ଏକ ବିରିୟାନୀ ହୋଟେଲ ମାଲିକ ଗୁରୁ ସ୍ବାମୀ ନାଇଡୁ ଏହାର ଆରମ୍ଭ କରିଥିଲେ। ସେ ତାଙ୍କ ହୋଟେଲ ନାମ ମୁନିୟାନ୍ଦୀ ରଖିଥିଲେ। ଭଲ କାରବାର ହେବାରୁ ସେ ମାତାଙ୍କଠାରେ ପ୍ରତିବର୍ଷ ବିରିୟାନୀ ଲାଗି କରିବାକୁ ମାନସିକ କରିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ହୋଟେଲ ମାଲିକମାନେ ଏହି ଉତ୍ସବର ଆୟୋଜନ ମିଳିତ ଭାବେ କରୁଛନ୍ତି। ଚଳିତବର୍ଷ ଏଠାରେ ୨ କ୍ୱିଣ୍ଟାଲ ଚାଉଳ, ଶହେ ଛେଳି, ୬ ଶହ କୁକୁଡାରେ ବିରିୟାନୀ ପ୍ରସ୍ତୁତ କରାଯାଇଥିଲା। ଏହାକୁ ପୂଜା ପରେ ୮ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

Share