Categories: ମେଟ୍ରୋ

ଦେବେନ୍ଦ୍ର ଦାଶଙ୍କୁ ୨ୟ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ବିଶିଷ୍ଟ ଲେଖକ ଡ. ଦେବେନ୍ଦ୍ର କୁମାର ଦାଶଙ୍କୁ ଚଳିତବର୍ଷ ‘୨ୟ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ। ରବିବାର ଜୟ ଭାରତ ଭବନରେ ଅନୁଷ୍ଠାନର ସଂସ୍ଥାପକ ପ୍ରଫେସର ଡ. ନଗେନ୍ଦ୍ର ନାଥ ପ୍ରଧାନଙ୍କ ୮୪ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନିତ କରାଯିବ। ମୁଖ୍ୟଅତିଥି ଭାବେ ବିଶିଷ୍ଟ ଲେଖକ ତଥା ସମାଲୋଚକ ଡ. ନିତ୍ୟାନନ୍ଦ ଶତପଥୀ ଓ ସମ୍ମାନିତ ଅତିଥି ଭାବେ ନାଇଜରର ରେଜିଷ୍ଟ୍ରାର ଡ. ଅଭୟ ନାୟକ ଯୋଗଦେବେ ବୋଲି ପରିଷଦର ସାଧାରଣ ସମ୍ପାଦକ ଡ.ସନ୍ତୋଷ ମହାପାତ୍ର ସୂଚନା ଦେଇଛନ୍ତି।

Share