Categories: ଜାତୀୟ

ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିଥିଲେ ସର୍ଦ୍ଦାର ପଟେଲ: ମୋଦି

କେବଡିଆ,୩୧।୧୦: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ହେଉଛି ୧୪୪ ତମ ଜନ୍ମଦିବସ। ଏହି ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ବା ‘ରନ୍‌ ଫର୍‌ ୟୁନିଟି’ ଭାବେ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କେବଡିଆଠାରେ ଥିବା ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦେଶବାସୀଙ୍କୁ ସାମ୍ବୋଧିତ କରିଛନ୍ତି। ଚାଣକ୍ୟଙ୍କ ପରେ ସର୍ଦ୍ଦାର ପଟେଲ ହିଁ ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିବାକୁ ଚେଷ୍ଟା କରିଥିଲେ ବୋଲି ମୋଦି କହିଛନ୍ତି। ଏହି ଦିବସକୁ ବିଭିନ୍ନ ସହର ଓ ଗାଁରେ ପାଳନ କରାଯାଉଥିବାରୁ ମୋଦି ଏଥିପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଓ ଅନ୍ୟ ନେତାମାନେ ବିଭିନ୍ନ ସ୍ଥାନରେ ପତାକା ଦେଖାଇ ‘ରନ୍‌ ଫର୍‌ ୟୁନିଟି’ର ଶୁଭାରମ୍ଭ କରିଛନ୍ତି।

Share