ଦେଶକୁ ମାଡ଼ି ଆସୁଛି ଆର୍ଥିକ ସୁନାମୀ: ରାହୁଲ

ନୂଆଦିଲ୍ଲୀ,୧୭।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଦେଶକୁ ଆର୍ଥିକ ସୁନାମୀ ମାଡି ଆସୁଛି। ଦେଶରେ ଏବେ କରୋନା ଭାଇରସ କାୟା ବିସ୍ତାର କରୁଥିବା ବେଳେ ଭବିଷ୍ୟତରେ ଭାରତର ଅର୍ଥ ବ୍ୟବସ୍ଥା ଆହୁରି ବିଗିଡି ଯିବ ବୋଲି ସେ କହିଛନ୍ତି। କିଛିଦିନ ହେବ ସେ ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କେହି ତାଙ୍କ କଥା ଶୁଣୁ ନ ଥିବା ସେ କହିଛନ୍ତି। ୟସ୍‌ ବ୍ୟାଙ୍କର ସ୍ଥିତିକୁ ଦେଖି ରାହୁଲ ଏପରି କହିଥିବା ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କେବଳ ୟସ୍‌ ବ୍ୟାଙ୍କ କାହିଁକି ଆହୁରି କିଛି ବ୍ୟାଙ୍କ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଭବିଷ୍ୟତରେ ଦେଶ ଆର୍ଥିକ ସୁନାମୀର ଶିକାର ହେବାକୁ ଯାଉଛି ବୋଲି ସେ କହିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାୟୀ କରିଛନ୍ତି।

Share