Categories: ଜାତୀୟ

‘ଦେଶଦ୍ରୋହୀଙ୍କୁ ଗୁଳି କର’ ସ୍ଲୋଗାନ ଦେଇ ୩ ଭାଜପା କର୍ମକର୍ତ୍ତା ଗିରଫ

କୋଲକାତା,୨।୩: ପଶ୍ଚିମବଙ୍ଗ କୋଲକାତାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଆୟୋଜିତ ଏକ ରାଲିରେ ଯୋଗଦେଇଥିଲେ। ଏହି ଅବସରରେ ୩ ଭାଜପା କର୍ମକର୍ତ୍ତା ‘ଦେଶଦ୍ରୋହୀଙ୍କୁ ଗୁଳି କର’ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଥିଲା। ପରେ କୋଲକାତା ପୋଲିସ ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ନ୍ୟୁ ମାର୍କେଟ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ଏନେଇ ଭାଜପା ପକ୍ଷରୁ କୁହାଯାଇଛି ଯେ, ରାଲିରେ କୌଣସି ଭାଜପା କର୍ମକର୍ତ୍ତା ଏଭଳି ସ୍ଲୋଗାନ ଦେଇ ନ ଥିଲେ। ସ୍ଲୋଗାନ୍‌ ଦେଇଥିବା କର୍ମକର୍ତ୍ତା ହାତରେ ଭାଜପା ପତାକା ଧରି ଏଭଳି କରିଥିଲେ। ପୋଲିସ ସେମାନଙ୍କୁ ପଚରା ଉଚରା ଜାରି ରଖିଛି।

Share