Categories: ଜାତୀୟ

ଦେଶଦ୍ରୋହ ମାମଲା: କହ୍ନେୟା କୁମାରଙ୍କୁ କ୍ଲିନଚିଟ୍‌ ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୬।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଦେଶଦ୍ରୋହ ସ୍ଲୋଗାନ ଦେଇ ଫଶିଥିବା କହ୍ନେୟା କୁମାର ଏବଂ ୯ ଛାତ୍ରଙ୍କ ନାଁରେ ମକଦ୍ଦମା ଚଲାଇବାକୁ ଦିଲ୍ଲୀ ପୋଲିସକୁ ଅନୁମତି ଦେବ ନାହିଁ ଆପ୍‌ ସରକାର। ଦିଲ୍ଲୀର ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, କହ୍ନେୟାଙ୍କ ନାଁରେ ଦିଲ୍ଲୀl ପୋଲିସ ଯେଉଁ ସାକ୍ଷୀ ପ୍ରମାଣ ଭାବେ ଦେଉଛି, ସେହି ଅନୁସାରେ କହ୍ନେୟା ଏବଂ ଅନ୍ୟମାନଙ୍କ ନାଁରେ ଦେଶଦ୍ରୋହ ମାମଲା ହୋଇପାରିବ ନାହିଁ। ଦିଲ୍ଲୀର ରାଜ୍ୟପାଳ ଏବଂ ପୋଲିସକୁ ଏନେଇ ଅବଗତ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୬ରେ ଜେଏନୟୁ କ୍ୟାମ୍ପସ୍‌ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହତ କାର୍ଯ୍ୟକ୍ରମରେ କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କ ନାଁରେ ଦେଶଦ୍ରୋହ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଥିଲା।

Share