Advertisement

ଦେଶପ୍ରତି ସେବା ମନୋଭାବ ରହୁ : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଫୁଲବାଣୀ ଅଫିସ,୧୫।୮: କନ୍ଧମାଳ ଜିଲା ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗଦେଇ ମିଳିତ ପରେଡ୍‌ର ଅଭିବାଦନ ଗ୍ରହଣ କରିବା ସହ ଦେଶପ୍ରତି ସମସ୍ତଙ୍କର ସେବା ମନୋଭାବ ରହୁ ବୋଲି କହିଥିଲେ। ପରେ ପିଲାମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share