Categories: ଜାତୀୟ

ଦେଶବାସୀଙ୍କୁ ଇଦ୍‌ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୫: ଇଦ-ଉଲ-ଫିତର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ବାର୍ତ୍ତାରେ ମୋଦି କହିଛନ୍ତି, ଏହି ପର୍ବ ପ୍ରେମ, ଶାନ୍ତି, ଭାତୃତ୍ୱ ଏବଂ ଏକତାର ନିଦର୍ଶନ। ସମସ୍ତଙ୍କ ସୁଖ ଏବଂ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଆମେ କୋଭିଡ-୧୯ ଭୂତାଣୁ ଦାରା ସୃଷ୍ଟି ହୋଇଥିବା ସଙ୍କଟର ସମ୍ମୁଖୀନ ହେଉଛୁ, ତେଣୁ ଆମେ ଆମର ପ୍ରଦାନ କରିବାର ଜିଜ୍ଞାସାକୁ ଅଧିକ ଜୋରଦାର କରିବା ଓ ଏହି ସଙ୍କଟପୂର୍ଣ୍ଣ ଆହାନକୁ ଦୂରେଇବା ପାଇଁ ସାମାଜିକ ଦୂରତା ନିୟମ ଏବଂ ଅନ୍ୟ ସମସ୍ତ ସତର୍କତା ପାଳନ କରିବାର ଶପଥ ନେବା। ସେହିପରି ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଇଦକୁ ପରିବାର ଏବଂ ସମ୍ପ୍ରଦାୟକୁ ଏକତ୍ରିତ କରୁଥିବା ଏକ ପର୍ବ ଭାବେ ବର୍ଣ୍ଣନା କରି ଏହି ଉତ୍ସବ ସମୟରେ ସାମାଜିକ ଦୂରତା ଏବଂ ସୁରକ୍ଷା ନିୟମକୁ ପାଳନ କରିବାକୁ ସମସ୍ତଙ୍କୁ ସେ ଅନୁରୋଧ କରିଛନ୍ତି।

Share