Categories: ଜାତୀୟ

‘ଦେଶବାସୀଙ୍କ ବିରୋଧରେ ଯୁଦ୍ଧାରମ୍ଭ କରିଛନ୍ତି ମୋଦି’

ନୂଆଦିଲ୍ଲୀ,୧୭ା୧୨(ପି.ଟି.): ମୋଦି ସରକାର ଦେଶକୁ ଭାଗ ଭାଗ କରିବା ସହ ଦେଶବାସୀଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର କହିଛନ୍ତି। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ସୋନିଆ ଏଭଳି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କରିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ନିଆଁ ଜଳିବାରେ ଲାଗିଛି। ପୋଲିସ କେନ୍ଦ୍ରର ଇଙ୍ଗିତରେ ବିକ୍ଷୋଭରତ ଛାତ୍ରୀଛାତ୍ରଙ୍କୁ ମାଓବାଦୀ ଭାବି ସେମାନଙ୍କ ଉପରେ ଆକ୍ରମଣ କରୁଛି। ଶାନ୍ତିରକ୍ଷା କରିବା ସରକାରଙ୍କ ପ୍ରଧାନ କାମ ହୋଇଥିବାବେଳେ କେନ୍ଦ୍ର ସରକାର ଲୋକଙ୍କୁ ବିଭିନ୍ନ ସ୍ଥାନରେ ପୋଲିସ ଲଗାଇ ଆକ୍ରମଣ କରୁଛି ବୋଲି ସୋନିଆ ଅଭିଯୋଗ କରିଛନ୍ତି। କ୍ଷମତାରେ ରହି ଆଇନ, ସମ୍ବିଧାନ, ଗଣତନ୍ତ୍ରକୁ ସୁରକ୍ଷା ନ ଦେଲେ ଦେଶ କିପରି ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଦେଶରେ ହିଂସା, ଧାର୍ମିକ ଦ୍ୱନ୍ଦ୍ୱ, ଅସ୍ଥିରତା ସୃଷ୍ଟିକରି ଯୁବକଙ୍କ ଅଧିକାର ଛଡ଼ାଇ ନେବାରେ ମୋଦି ସରକାର ଆଗଭର ହେଉଥିବା ସୋନିଆ ଅଭିଯୋଗ କରିଛନ୍ତି।

Share