‘ଦେଶବ୍ୟାପୀ ଲାଗୁ ହେବ ଏକ ଟୋଲଦେୟ ବ୍ୟବସ୍ଥା’

ଭୁବନେଶ୍ୱର,୫।୧୦(ବ୍ୟୁରୋ)-ଦେଶର ଜାତୀୟ ରାଜପଥରେ ଯାଉଥିବା ଯାନବାହନ ଏଣିକି ଏକ ପ୍ରକାରର ଟୋଲ ଦେବେ। ଏ ନେଇ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପଦକ୍ଷେପ ଆରମ୍ଭ କରିଛନ୍ତିି। ରେଡିଓ ଫ୍ରିକ୍ୱେନ୍ସିଂ ଆଇଡେଣ୍ଟିିଫିକେଶନ୍‌ (ଆର୍‌ଏଫ୍‌ଆଇଡି) ତଥା ଫାସ ଟ୍ୟାଗ୍‌ ଜାତୀୟ ଇଲେକଟ୍ରୋନିକ୍ସ କଲେକ୍ସନ (ଏନ୍‌ଇଟିସି) ଭଳି ଏକ କାର୍ଯ୍ୟକ୍ରମ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଫାସଟ୍ୟାଗ୍‌ ମେଶିନ୍‌ ଦ୍ୱାରା ଆର୍‌ଏଫ୍‌ଆଇଡି ସହାୟତାରେ ଏଣିକି କ୍ୟାସଲେସ୍‌ ପଦ୍ଧତିରେ ଟୋଲ ଆଦାୟ କରାଯିବ। ଏଥିରେ ଥିବା ୱିଣ୍ଡ ସ୍କ୍ରିନ୍‌ ସହ ଯାନର ଆକାଉଣ୍ଟ ଲିଙ୍କ୍‌ ହେବା ସହିତ ଟୋଲ ଆଦାୟ ସମ୍ବନ୍ଧୀୟ ପ୍ରକ୍ରିୟା ସମ୍ପାଦନ ହେବ। ଡିସେମ୍ବର ପହିଲାରୁ ଏହି ପ୍ରକ୍ରିୟାରେ ଟୋଲ ଆଦାୟ କରିବାକୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ରହିଥିବା ଜଣାପଡିଛି। ସେହିକ୍ରମରେ ଆସନ୍ତା ୧୪ରେ ଏ ସମ୍ପର୍କିତ ଏକ ସମ୍ମିଳନୀ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ହେବ। ରାଜ୍ୟରେ ଥିବା ପୁରୀ-ଭୁବନେଶ୍ୱର, ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେରେ ମାନୁଆଲ୍‌ ଢଙ୍ଗରେ କରାଯାଉଥିବା ଟୋଲ ଆଦାୟ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ତେଣୁ ଦେଶବ୍ୟାପୀ ଏକ ପ୍ରକାର ଟୋଲ ଆଦାୟ ବ୍ୟବସ୍ଥା ଉପାଦେୟ ହେବ ବୋଲି ଆଶା କରାଯାଉଛି। ହେଲେ ଏହା କେତେ ଫଳପ୍ରଦ ହେବ, ତାହା ଏବେଠୁ କହିବା ସମୟସାପେକ୍ଷ ବୋଲି ଅନେକେ ମତ ଦେଇଛନ୍ତି।

Share