Categories: ଜାତୀୟ

ଦେଶରୁ କୁପୋଷଣ ହଟାଇବା ପାଇଁ ସିଏସ୍‌ଆଇଆର୍‌ ବୈଜ୍ଞାନିକ କାର୍ଯ୍ୟ କରିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୫।୨: ଦେଶରୁ କୁପୋଷଣ ହଟାଇବା ପାଇଁ ବୈଜ୍ଞାନିକମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସିଏସ୍‌ଆଇଆର୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଲାଗି ବୈଜ୍ଞାନିକମାନେ ତତ୍ପର ରହିବା ଉଚିତ। ଯୁବବର୍ଗ ଗବେଷଣା କ୍ଷେତ୍ରରେ ନିଷ୍ଠାପର ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଏହା ଦ୍ୱାରା ଦେଶ ଦକ୍ଷତା ବିକାଶ ଏବଂ ଆଧୁନିକ କୌଶଳ କ୍ଷେତ୍ରରେ ଆଗୁଆ ରହିପାରିବ ବୋଲି ସେ କହିଛନ୍ତି। ସେହିପରି ଜଳ ସଂରକ୍ଷଣ ଏବଂ କୃଷି ଉତ୍ପାଦନ ବୃଦ୍ଧି ଉପରେ ସିଏସ୍‌ଆଇଆର୍‌ର ବୈଜ୍ଞାନିକ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଛନ୍ତି।

Share