ଦେଶରେ ଏପର୍ଯ୍ୟନ୍ତ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ: ୧୬,୦୦୨ ଟେଷ୍ଟରୁ ମାତ୍ର ୨ ପ୍ରତିଶତ ପଜିଟିଭ

ନୂଆଦିଲ୍ଲୀ,୧୦।୪: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଏହା ୬ ହଜାର ଅତିକ୍ରମ କରି ସାରିଲାଣି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୨ଶହ ଛୁଇଁଲାଣି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ ଏକ ଖବରଦାତା ସମ୍ମିଳନୀରେ କରୋନା ସଂକ୍ରମଣକୁ ନେଇ କଥା ହୋଇଛନ୍ତି। ସେ କହିଛନ୍ତି, ଦେଶରେ ଏବେ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଏପର୍ଯ୍ୟନ୍ତ ୧୬,୦୦୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୨ ପ୍ରତିଶତଙ୍କ ନିକଟରେ ପଜିଟିଭ ଦେଖାଯାଇଛି। ଏହି ରିପୋର୍ଟ କହୁଛି ଏବେବି ସଂକ୍ରମଣ ହାର ନିୟନ୍ତ୍ରଣରେ ରହିଛି। ତେଣୁ ଏହାକୁ ନେଇ ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ଏହାପରେ ବି ଆମକୁ ସତର୍କ ଓ ସଚେତନ ରହିବାକୁ ପଡିବ ବୋଲି ସେ କହିଛନ୍ତି।

Share