ଦେଶରେ କରୋନା ଆରୋଗ୍ୟ ହାର ୪୮ ପ୍ରତିଶତ: ଲଭ ଅଗ୍ରଓ୍ବାଲ

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣକୁ ନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ କିଛି ନୂଆ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବିଶ୍ୱର ସବୁଦେଶଠାରୁ କମ୍‌ ରହିଛି। ସେହିପରି ଏପର୍ଯ୍ୟନ୍ତ ୯୫,୫୨୭ ରୋଗୀ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର ୪୮.୦୭ ପ୍ରତିଶତରେ ପହଞ୍ଚିଛି। ସେହିପରି ଦେଶରେ କରୋନା ମୃତ୍ୟୁ ହାର ରହିଛି ୨.୮୨ ପ୍ରତିଶତ। ଦେଶରେ ଯେଉଁମାନଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ୭୩ ପ୍ରତିଶତ ଲୋକ ଅନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି ସେ କହିଛନ୍ତି।

Share