ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଛୁଇଁଲା ୧,୩୧,୮୬୮

ନୂଆଦିଲ୍ଲୀ,୨୪।୫: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୭୬୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୧,୮୬୮ରେ ପହଞ୍ଚିଛି ବୋଲି ରବିବାର ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ଗତ ୨୪ ଘଣ୍ଟାରେ ୧୪୭ ଜଣଙ୍କର ମୃତ୍ୟୁ ହୋଇ ଏବେ ମୋଟ ମୃତ୍ୟୁ ସଂଖ୍ୟା ୩,୮୬୭ରେ ପହଞ୍ଚିଛି। ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୩,୫୬୦ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୫୪,୪୪୦ ଜଣ ସୁସ୍ଥ ହୋଇ ସାରିଲେଣି। ମହାରାଷ୍ଟ୍ରର ସ୍ଥିତି ବେଳକୁ ବେଳ ସଙ୍ଗିନ ହେଉଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୪୭,୧୯୦ରେ ପହଞ୍ଚିଲାଣି। ସେହିପରି ତାମିଲନାଡୁରେ ୧୫,୫୧୨, ଗୁଜରାଟରେ ୧୩,୬୬୪ ଓ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୨,୯୧୦ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଅଠାଓ୍ବଲେ

ନୂଆଦିଲ୍ଲୀ,୧୧।୧: ଜାନୁଆରୀ ୧୩ରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ମହାକୁମ୍ଭ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ମେଗା ଇଭେଣ୍ଟ...

ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୯ ହାର୍ଡକୋର୍‌ ମାଓବାଦୀ

ସୁକମା(ଛତିଶଗଡ଼),୧୧।୧: ଛତିଶଗଡ଼ ସୁକମାରେ ୯ଜଣ ହାର୍ଡକୋର୍‌ ମାଓବାଦୀ ଶନିବାର ଆତ୍ମସମର୍ପଣ କରିଛନ୍ତି। ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।...

ଆସାମରେ ୧୦ ମାସର ଶିଶୁ HMPV ଭାଇରସରେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୧।୧: ଦେଶରେ HMPV ଭାଇରସର ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମୟରେ ଆସାମରେ ମଧ୍ୟ ଏକ ମାମଲା ସାମ୍ନାକୁ ଆସିଛି। ଲଖିମପୁରରେ ଜଣେ ୧୦...

ଥିଲେ ଯେଉଁଠି, ଫେରିଲେ ସେଇଠିକି ଫେରିଲେ ରଘୁବର

ଭୁବନେଶ୍ୱର,୧୦ା୧(ସୁନିତ୍‌ ମିଶ୍ର):ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଥିଲେ ଯେଉଁଠି ସେଇଠିକି ଫେରିଯାଇଛନ୍ତି। ପୂର୍ବରୁ ଭାଜପା ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିବା ରଘୁବର ଦାସ...

ନାଲିଆଖି ଦେଖାଇଲା ବାଂଲାଦେଶ: ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ୟୁନୁସ ସରକାର

ଢାକା,୧୧।୧: ପାଣିପାଗ ବିଭାଗର ୧୫୦ ବର୍ଷ ପୂରଣ ଉପଲକ୍ଷେ ଭାରତରେ ଆୟୋଜିତ ହେଉଥିବା ସେମିନାରରେ ବାଂଲାଦେଶୀ ଅଧିକାରୀମାନେ ଯୋଗଦେବେ ନାହିଁ। ୟୁନୁସ ସରକାରଙ୍କ ବାଂଲାଦେଶର ଅଧିକାରୀମାନେ...

୨୧୬ କୋଟି ଟଙ୍କା ଚାନ୍ଦା ପାଇଛନ୍ତି ଆଞ୍ଚଳିକ ଦଳ

ନୂଆଦିଲ୍ଲୀ୧୧।୧: ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି। ଚାନ୍ଦାରୁ ଜେଏମ୍‌ଏମ୍‌, ଜେଜେପି, ଟିଡିପି...

ମହାରାଷ୍ଟ୍ରରେ ଭାଜପାର ବିଜୟ ପାଇଁ ଆର୍‌ଏସ୍‌ଏସ୍‌କୁ ଶ୍ରେୟ ଦେଲେ ପାଓ୍ବାର

ମୁମ୍ବାଇ,୧୧।୧: ଏନ୍‌ସିପି(ଏସ୍‌ପି) ଅଧ୍ୟକ୍ଷ ଶରଦ ପାଓ୍ବାର ଏକ ଆଶ୍ଚର୍ଯ୍ୟ ଘଟଣାକ୍ରମରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପାର ବଡ଼ ବିଜୟ ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ନିଜକୁ ଗୁଳି କଲେ ବିଧାୟକ! ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

ଲୁଧିଆନା,୧୧।୧(ଅରୁଣ ସାହୁ):ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟି (ଆପ) ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri