ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୮,୩୩୩ ଛୁଇଁଲା

ନୂଆଦିଲ୍ଲୀ,୨୮।୫: ଦେଶରେ ସାଙ୍ଘାତିକ ହେଲାଣି କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ୬,୫୬୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୩୩୩ରେ ପହଞ୍ଚିଛି। ଗୁରୁବାର ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସୂଚନାରୁ ଜଣାପଡିଛି କି ଏବେସୁଦ୍ଧା ଦେଶରେ ୮୬,୧୧୦ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୬୭,୬୯୨ ଜଣ ସୁସ୍ଥ ହୋଇ ସାରିଲେଣି। ତେବେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪,୫୩୧ରେ ପହଞ୍ଚିଛି। ଏବେବି ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏବେ ସେଠାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୫୬,୯୪୮। ସେହିପରି ତାମିଲନାଡୁରେ ୧୮,୫୪୫, ଗୁଜରାଟରେ ୧୫,୧୯୫ ଓ ରାଜଧାନୀ ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୨୫୭ରେ ପହଞ୍ଚିଛି।

Share