ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୨୭,୮୯୨ରେ

ନୂଆଦିଲ୍ଲୀ,୨୭।୪: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୩୯୬ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭,୮୯୨ରେ ପହଞ୍ଚିଛି। ଏବେ ୨୦,୮୩୫ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଗୋଟିଏ ଦିନରେ ୩୮୧ ଜଣ ସୁସ୍ଥ ହୋଇଥିବା ଖବର ରହିଛି। ଏବେ ସୁଦ୍ଧା ଦେଶରେ ୬,୧୮୪ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥଙ୍କ ହାରାହାରି ସଂଖ୍ୟା ରହିଛି ୨୨.୧୭ ପ୍ରତିଶତ। ସୋମବାର ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ଏହି ସୂଚନା ଦେଇଛନ୍ତି।

Share