ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୪୩୫

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ସ୍ଥିତି ବେଳକୁ ବେଳ ଉଦ୍‌ବେଗଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୯,୪୩୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୬୮୪ ଜଣ ସୁସ୍ଥ ହୋଇଥିବାରୁ ଏହାର ଅନୁପାତ ରହିଛି ୨୩.୩ ପ୍ରତିଶତ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ। ସେ ଆହୁରି ମଧ୍ୟ କହିଛନ୍ତି କରୋନା ସଂକ୍ରମିତଙ୍କ ପାଇଁ ପ୍ଲାଜମା ଥେରାପି ଏକ ଭରସାଯୋଗ୍ୟ ଚିକିତ୍ସା ପଦ୍ଧତି ନୁହେଁ। ଆଇସିଏମ୍‌ଆର୍‌ ଏହାକୁ ପରୀକ୍ଷାମୂଳକ ଭାବେ ନେଇଛି। ଏହା ଭୁଲ ଭାବେ ପ୍ରୟୋଗ କରାଗଲେ କରୋନା ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ସେ ମତ ଦେଇଛନ୍ତି।

Share