ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥ ହାର ୩୦ ପ୍ରତିଶତ ଟପିଲା

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥ ହାର ୩୦ ପ୍ରତିଶତ ଟପିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକଙ୍କ ସଂଖ୍ୟା ୧୯,୩୫୮ ରହିଛି। ରବିବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୨,୯୩୯ ଥିବାବେଳେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୪୧,୪୭୨ ରହିଛି। ଅପରପକ୍ଷରେ କରୋନା ସଂକ୍ରମିତ ମୃତକଙ୍କ ସଂଖ୍ୟା ୨,୧୦୯ ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share